ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାରଳାଖେମୁଣ୍ଡି ଏସିଏଫଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ

ବାଲେଶ୍ଵର,୦୨/୭/୨୨- ବାଲେଶ୍ଵର ଜିଲ୍ଲା ଖଇରା ଥାନା ବେଗୁନିଆ ଗ୍ରାମର ସୌମ୍ୟ ରଞ୍ଜନ ମହାପାତ୍ର ତଥା ପାରଳାଖେମୁଣ୍ଡି ଏ.ସି.ଏଫଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ପୈତୃକ ଗ୍ରାମ ବେଗୁନିଆରେ ପାଳିତ ହୋଇ ଯାଇଛି । ଶ୍ରୀ ମହାପାତ୍ରଙ୍କ ଘରେ ତାଙ୍କର ପିତା ଅଭିରାମ ମହାପାତ୍ର ଶ୍ରାଦ୍ଧ କର୍ମ କରିଛନ୍ତି । ପରିବାର, ବନ୍ଧୁବାନ୍ଧବ, ସାହିପଡିଶା ଓ ଆତ୍ମୀୟ ସ୍ବଜନଙ୍କ ମେଳରେ ବହୁ ମନଦୁଃଖରେ ଏ ଶ୍ରାଦ୍ଧ କର୍ମ ସମାପନ ହୋଇଛି । ପୁତ୍ରର ମୃତ୍ୟୁ ପରେ ପିତା ଅଭିରାମ ଓଡିଶା ପୋଲିସ, କ୍ରାଇମବ୍ରାଞ୍ଚ, ରାଜ୍ୟ ସରକାର ଓ ଓଡିଶା ହାଇକୋର୍ଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ କିନ୍ତୁ କେହି ଶୁଣିଲେ ନାହିଁ ଦୁଃଖ । ମିଳିଲାନି ପୁଅ ସୌମ୍ୟ ରଞ୍ଜନକୁ ନ୍ଯାୟ । ପିତାମାତା ୩୨ ବର୍ଷ ବୟସର (ଓ ଏଫ ଏସ) ପୁତ୍ରକୁ ହରାଇ ପିଣ୍ଡାରେ ବସି ଆଖିରୁ ଅଶ୍ରୁ ଗଡାଉଛନ୍ତି । ଅପେକ୍ଷା କରିଛନ୍ତି ମୃତ୍ୟୁକୁ । ଓଡିଶାର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଓ ଭାରତର ଏକ ନମ୍ବର ପ୍ରଧାନମନ୍ତ୍ରୀ ଥାଇବି ଗୋଟେ ବାପା ପାଇଲା ନାହିଁ ନ୍ଯାୟ । ଏ ଦେଶରୁ କ’ଣ ଆଶା କରିବି ବୋଲି ଦୁଃଖଭରା କଣ୍ଠରେ ପ୍ରକାଶ କରିଛନ୍ତି ମୃତ ଏ.ସି.ଏଫଙ୍କ ପିତା ଅଭିରାମ ମହାପାତ୍ର ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ହେମନ୍ତ ସନ୍ଧ୍ୟା

Sunil Chandra Nayak

ପ୍ରଜାମଣ୍ଡଳ ନେତା ଧନଞ୍ଜୟ ମହାନ୍ତିଙ୍କ ଜୟନ୍ତୀ ପାଳିତ

ଅପର୍ତ୍ତି ସେଠୀ ଙ୍କ କବିତା କଲମ କହେ

Sunil Chandra Nayak

Leave a Comment

error: Content is protected !!