ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ରଥଯାତ୍ରା ରେ ଅଘଟଣ, ସେବାୟତ ରଥରୁ ଗୁରୁତର ଆହତ

ନୂଆପଡା ଜିଲ୍ଲା ଖଡ଼ିଆଳ ରଥଯାତ୍ରା ବେଳେ ଅଘଟଣ। ରଥ ଟଣା ଯାଉଥିବା ବେଳେ ବିଦ୍ୟୁତ ତାରରେ ରଥ ଗୁମ୍ବୁଜ କୁ ଧରି ଦେଇଥିଲା।ଫଳରେ ରଥ ଉପରେ ଥିବା ସେବାୟତ ବଂଶୀଧର ଆଚାର୍ଯ୍ୟ ରଥ ତଳକୁ ଖସି ପଡିଥିଲେ।ତାଙ୍କ ମୁଣ୍ଡ ରେ ଗୁରୁତ୍ବର ଆହତ ହୋଇଛନ୍ତି। ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଖଡ଼ିଆଳ ମିଶନ ଏବଂ ପରେ ବଲାଙ୍ଗୀର ମେଡିକାଲ କୁ ସ୍ଥାନାନ୍ତର କରାଯାଇଅଛି।ମୁଣ୍ଡ ପଛପଟେ ଆଘାତ ହେବାରୁ ତାଙ୍କ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିଅଛି। ସିଟିସ୍କେନ କରି ମୁଣ୍ଡ ଆଘାତ ଉପରେ ଅଧିକ ଆଭ୍ୟନ୍ତରୀଣ ଆଘାତ ହୋଇଥିବା ଜଣାପଡିଅଛି। ତାଙ୍କୁ ସାମୁହିକ କାର୍ଯ୍ୟରେ ନିୟୋଜିତ ଥିବାରୁ ଚିକିତ୍ସା ପାଇଁ ସରକାରୀ ସହାୟତା ନେଇ ପ୍ରଶାସନଙ୍କୁ ଅନୁରୋଧ। ସେବାୟତ ବଂଶୀଧର ଆଚାର୍ଯ୍ୟ ଆଘାତ ହୋଇଥିବା ବେଳେ ତାଙ୍କ ଚିକିତ୍ସା ସୁବିଧା କରିବାକୁ ପ୍ରଶାସନ ଗୁରୁତ୍ବ ଦେବା ପାଇଁ ଅନୁରୋଧ କରାଯାଇଅଛି। ଖଡ଼ିଆଳ ତହସିଲଦାର ଏବଂ ଉପଜିଲ୍ଲାପାଳ ଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇଛନ୍ତି। ରେଡକ୍ରସ ପକ୍ଷରୁ ମଧ୍ୟ ସହାୟତା ପାଇଁ ଜନସାଧାରଣ ଅନୁରୋଧ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜୟ କୁମାର ମିଶ୍ର ଙ୍କ କବିତା ଏକା ତୁଣ୍ଡେ, ଉଆ ଉଷୁନା

Sunil Chandra Nayak

ଜୁନାଗଡ଼ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–୨

Sunil Chandra Nayak

Leave a Comment

error: Content is protected !!