ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରୁଟି ପୂର୍ଣ୍ଣ ପୋଲ ନିର୍ମାଣ ହେତୁ ଘରେ ଘରେ ପଶିଲା ବର୍ଷା ଜଳ

୧ ଘଣ୍ଟା ର ବର୍ଷା ରେ ୨ ଘଣ୍ଟା ଯାତାୟାତ ଠପ

କଲମପୁର, ୦୨/୭(ମସିହା) କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ଗ୍ରାମ ହରିଜନ ବସ୍ତି ର ଆର୍ଡି ରାସ୍ତା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଶନିବାର ସକାଳ ୯ ଟା ର ପ୍ରବଳ ବର୍ଷା ରେ ଜଳlର୍ଣ୍ଣବ ହୋଇ ଯାଇଥିବା ଦେଖିବାକୁ ମିଳିଛି l ୧ ଘଣ୍ଟା ର ବର୍ଷା ରେ ୨ ଘଣ୍ଟା ଧରି ରାସ୍ତା ଉପରେ ୨ ଫୁଟ ରୁ ଅଧିକ ପାଣି ଜମିରହିଥିଲା l ଫଳରେ ଯାତାୟାତ ଠପ ହୋଇ ଯାଇଥିଲା l ହରିଜନ ବସ୍ତିରେ ନୂତନ ପୋଲ ର ତ୍ରୁଟିପୂର୍ଣ୍ଣ ନିର୍ମାଣ ହେତୁ ପାଣି ଠିକ ଭାବେ ଡ୍ରେନ ରେ ନିଷ୍କାସିତ ହୋଇ ପାରିଲା ନାହିଁ l ଏହି ବସ୍ତି ର ପ୍ରାୟ ୨ ଶହ ମିଟର ପର୍ଯ୍ୟନ୍ତ ଆଣ୍ଠୁଏ ପାଣି ଜମିରହିବାରୁ ଗରନ ନାଏକ, ଦିବାକର ନାଏକ, ସମାଜ ଗୃହ ରେ ପାଣି ପଶିଥିଲା l ଆଜି ଦିନକର ବର୍ଷା ରେ ଯଦି ଏଭଳି ଭୟଙ୍କର ରୂପ ଧାରଣ କଲା ତେବେ ଆଗକୁ ଝଡି ବର୍ଷା ଲାଗି ରହିଲେ ଆଉ ପରିସ୍ଥିତି କିଭଳି ହେବ ତାହା ସମସ୍ତ ଙ୍କୁ ଚିନ୍ତାରେ ପକାଇଛି l ଗତ କିଛି ମାସ ପୂର୍ବେ ଆର୍ଡି ରାସ୍ତା କୁ ସଂଯୋଗ କରୁଥିବା ହରିଜନ ବସ୍ତି ରାସ୍ତା ର ଡ୍ରେନ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ସିଏଫସି ଅନୁଦାନ ରୁ ୫0 ହଜାର ଟଙ୍କା ରେ ମଣ୍ଡଳ ପଞ୍ଚାୟତ ରୁ ବିଭାଗୀୟ ସଂସ୍ଥା ଦ୍ୱାରା ପୋଲ ନିର୍ମାଣ କାର୍ଯ୍ୟ କରାଯାଇଥିଲା l ତ୍ରୁଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ହେତୁ ଏଭଳି ପରିସ୍ଥିତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏହି ବସ୍ତି ର ମୁଖ୍ୟ ରାସ୍ତା ଜଳର୍ଣ୍ଣବ ହେବାରୁ ସେହି ପଡା ର ଶତାଧିକ ପରିବାର ପ୍ରଭାବିତ ହୋଇଥିଲେ l ତୁରନ୍ତ ଅଭିଯୋଗ ହେବାରୁ କଲମପୁର ବିଡ଼ିଓ ଶ୍ରୀ ପ୍ରସନ୍ନ କୁମାର ପଟେଲ ସ୍ଥିତି ଅନୁଧ୍ୟାନ କରିବାପାଇଁ ଆସିଥିଲେ l ଏହା ଯୋଜନା ମୁତାବକ ନିର୍ମିତ ପୋଲ କୁ ପୁନଃ ନିର୍ମାଣ କରାଯିବାକୁ ଦାବୀ ହେଉଛି l

ପରମାନନ୍ଦ ଠାକୁର , ମସିହା ପ୍ରତିନିଧି , କଲମପୁର

Related posts

ଦାସୀ ଗାଁରେ ଜନ ଶୁଣାଣି ଶିବିର

Sunil Chandra Nayak

ବିଶ୍ବନାଥପୁର ଧନୁଯାତ୍ରା ମହୋତ୍ସବ ପରିଚାଳନା କମିଟିର ନୂତନ କର୍ମକର୍ତ୍ତା

Sunil Chandra Nayak

ଟ୍ୟାଙ୍କର ପିଟିଲା ବାଈକ କୁ ଦୁଇ ଗୁରୁତର ଆହତ

Sunil Chandra Nayak

Leave a Comment

error: Content is protected !!