ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଜ୍ଜୀବନ ସା ଙ୍କ କବିତା ବରଷା

ବରଷା

ତୁମର ପହିଲି ପରଶ 

ଯେବେ ମୋ ହୃଦୟକୁ ଛୁଇଁଲା

ମାଟିକୁ କରି ଶୀତଳ

ଅନାବନା ଧୁବଘାସ,

କିଆରୀ ବନର ଲାଜକୁଳୀ ଲତା,

ହିଡବାଡି ର ବୃକ୍ଷଲତା

ଆଉ ଶୀତଳ ପବନରେ

ନଦୀର ବାଲିପଟା, 

ହାତ ଧରାଧରି ଜମିରେ

ଓଦା ଚକଟା ମାଟି,

ଆଶ୍ୱସ୍ତି ଅନୁଭବ କଲା ।

ତୁମ ପହିଲି ଛୁଆଁରେ 

ଝିପିଝିପି ବରଷା ପାଣି 

ଘୁଡୁଘୁଡ଼ି, ଚୁଡୁଚୁଡ଼ି

ବିଜୁଳି ଚମକ,

ଭସା ମେଘର ସୁନ୍ଦରତା,

ମୋ ମନ ତନୁକୁ ଶିହରଣ କଲା ।

ତୁମ ପ୍ରେମରସରେ

ମୋ ପ୍ରକୃତି କୁଳରେ

ବୀଜ ଅଙ୍କୃରିତ ହୋଇ

ଶସ୍ୟ ସମ୍ପଦ ମଞ୍ଚପୁର ହେଲା ।

ତୁମରି ଆଗମନେ ତୁମ ସହ କାଟିଥିବା

ତୁମର ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତ 

ମୋ ହୃଦୟର ନିବୃତ୍ତ କୋଣରେ

ସ୍ମୁତି ହୋଇ ରହିଗଲା । 

ଜଗଜ୍ଜୀବନ ସା

କୁମ୍ଭାରୀ, ଗୋଲାମୁଣ୍ଡା,କଳାହାଣ୍ଡି।

Related posts

କାରଗିଲ୍ ବିଜୟ ଦିବସ ଅବସରରେ ସହିଦ୍ ମାନଙ୍କ ସ୍ମ୍ରୁତି ରେ ବ୍ରୁକ୍ଷ ରୋପଣ କାର୍ଜ୍ୟକ୍ରମ

Sunil Chandra Nayak

ସାମ୍ବାଦିକ ଙ୍କୁ ଉପେକ୍ଷା ନେଇ ସାମ୍ବାଦିକ ସଂଘର  ତୀବ୍ର ପ୍ରତିବାଦ

Sunil Chandra Nayak

ମିନତି ଦାଶ ଙ୍କ କବିତା ଅଭାଗିନୀ

Sunil Chandra Nayak

Leave a Comment

error: Content is protected !!