ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁମୁସି ଗୋଷ୍ଠୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଠାରେ ଢେଙ୍କାନାଳ ଜିଲ୍ଲା ୱେବମିଡିଆ ସାମ୍ବାଦିକ ସଂଘର ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେ଼ଙ୍କାନାଳ :ପରଜଙ୍ଗ ବ୍ଲକ କୁମୁସି ପଞ୍ଚାୟତ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ ଆରୋଗ୍ୟକେନ୍ଦ୍ର ଠାରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ ହିଁ ସମ୍ପଦ। ପରିବେଶ ସ୍ୱଚ୍ଛ ରହିଲେ ଆମ୍ଭେମାନେ ସୁସ୍ଥ ଏବଂ ନିରୋଗ ରହିବା।ନିଜେ ନିଜର ପରିବେଶ ସ୍ୱଚ୍ଛରଖିଲେ ବିଭିନ୍ନ ପ୍ରକାର ରୋଗ ବ୍ୟାଧିରୁ ରକ୍ଷାପାଇପାରିବା। ଏହି ଅବସରେ କୁମୁସି ଗୋଷ୍ଠୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପରିସରେ ଢେ଼ଙ୍କାନାଳ ଜିଲ୍ଲା ୱେବମିଡିଆ ସାମ୍ବାଦିକ ସଂଘର ସାମ୍ବାଦିକମାନଙ୍କ ସହ ଡାକ୍ତର ସୌମ୍ୟରଞ୍ଜନ ସାମଲ ଓ ଫାର୍ମାସିଷ୍ଟ ଆଦିତ୍ୟ ପଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫାସୁତୁରା କରିବା ସହ ସାମ୍ବାଦିକ ମାନେ ସମାଜକୁ ତଥା ଏଅଞ୍ଚଳକୁ ପରିବେଶ ସ୍ୱଚ୍ଛ ରଖିବାପାଇଁ ଏକ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସ୍ୱଚ୍ଛ ଭାରତ ଅଭିଯାନ ରେ ସଂଘର ସଭାପତି ଧବଳପ୍ରସାଦ ସାହୁ,ସଂଯୋଜକ ପ୍ରହ୍ଲାଦ ମୁଦୁଲି, ପ୍ରଦୀପ ବିଶ୍ୱାଳ ଏବଂ ସଂଘର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଉତ୍ସାହ ୨୦୨୨ ଅୟୋଜିତ

Sunil Chandra Nayak

ଖାତିଗୁଡା ରେ ପାଳନ ହେଲା ମା ଶ୍ୟାମାକାଳୀ ପୂଜା

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!