ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ଜୟ ଜଗନ୍ନାଥ ଭକ୍ତ ଦିଅ ଶକ୍ତି

    ବିଶ୍ବ ଜନ ରହୁ ଶାନ୍ତି

ପ୍ରଭୁଙ୍କ କାମନା ଦୂରେ ଯା ଯନ୍ତ୍ରଣା

    ସଭିଙ୍କୁ ମିଳୁ ମୁକତି।

ଏଇ ଶୁଭ ପଦ ସଭିଙ୍କୁ ସଂପଦ

  ଭକ୍ତି ଭାବ ହୃଦେ ଥାଉ

ସଭିଙ୍କ ମଙ୍ଗଳ ପ୍ରଭୁ ଦେ ଆଶିଷ

    ଭକ୍ତ ଜନ ମହାବାହୁ।

ଆଶିର୍ବାଦ ଦିଅ ଭଲ ପଥ କୁହ

     ଜଗତ ହେଉ ଉଦ୍ଧାର

ଏମିତି ବିପଦ ବିଶ୍ବ ଗତି କରେ

     ରକ୍ଷାର ତୁମେ ଠାକୁର ।

ଈଶ୍ୱର ବିଶ୍ବାସ ସଭିଙ୍କ ଭିତରେ

   ଭରି ଦିଅ ହୃଦେ ପ୍ରଭୁ

ରାଗ ହିଂସା ଛାଡ଼ୁ ଭକ୍ତି ଭାବ ବଢୁ

    ମନ୍ତ୍ର ଜପ ଥିବେ ସବୁ।

ଭଜନ ଜଣାଣ ଶୁଣି ଦେଲେ ଥରେ

      ହୃଦୟ ହୁଏ ପବିତ୍ର

ଯୁଆଡ଼େ ଯାଉଛି ପ୍ରଭୁ ନାମ ଜପ

     ପରିଷ୍କାର ଦିଶେ ନେତ୍ର।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଅପର୍ତ୍ତି ସେଠୀ ଙ୍କ କବିତା ତୁଣ୍ଡୀ ବନ୍ଧା ବର

ବେଣୁଧର ସୂତର ଙ୍କ କବିତା ବସନ୍ତ ଯାଇଛି ଫେରି 

Sunil Chandra Nayak

ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ପ୍ରତିନିଧି ଓ ସରପଞ୍ଚ

Leave a Comment

error: Content is protected !!