ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ହେରା ପଞ୍ଚମୀ

ହେରା ପଞ୍ଚମୀ

ଭାବ ବିନଦିଆ କାଳିଆ ଠାକୁର

ଭକତ ଭାବକୁ ଚାହିଁ

ରଥ ପରେ ଚଢି ବଡ ଦାଣ୍ଡେ ଝୁଲି

ଭାଇ ଭଉଣୀକୁ ନେଇ l

ପହଁଚିଲେ ଯାଇ ଗୁଣ୍ଡିଚା ମନ୍ଦିରେ

ମାନକୁ ଉଚ୍ଚାଟ କରି

ମାଉସୀ ମାଆର ଶାଗ ଭଜା ଆଉ

ପୋଡପିଠା ଖାଇ

ଆନନ୍ଦେ ରହିଲେ ଯାଇ l

ମାଆ ମହାଲଷ୍ମୀ ଏକାକୀ ହୋଇଲେ 

ଶିରୀ ମନ୍ଦିରରେ ରହି

କାଳିଆ ସାଆନ୍ତେ ଉଲ୍ଲାସ ମନରେ

ରହିଲେ ଜନମ ବେଦିରେ l

ଭୁଲିଗଲେ ପୁରା ଲଷ୍ମୀ ସାଆନ୍ତାଣି

ଅଛନ୍ତି ଏକା ମନ୍ଦିରେ

ନାରାୟଣ ବିନା ଲଷ୍ମୀ ମାଆ

କେମିତି ରହି ପାରନ୍ତେ l

ପାଞ୍ଚ ଦିନ ଜଗି ବାହାରିଲେ ମାଆ 

ଚଣ୍ଡୀ ଚାମୁଣ୍ଡାଙ୍କୁ ଧରି

ଖୋଜି ପାଇଲେନି କାଳିଆ ହାତୀକୁ

ତୋଷରେ ଭାଙ୍ଗିଲେ ଖାଡ଼ି l

କାଳିଆ ଜାଣିଲେ ଲଷ୍ମୀଙ୍କର ରୋଷ

ତୁରନ୍ତ ଡାକିଲେ ବିଶ୍ୱକର୍ମା ଙ୍କୁ

ଅଦେଶିଲେ ପ୍ରଭୁ ରଥ କୁ ସଜାଡି

ଦକ୍ଷିଣ ମୋଡ କରିବାକୁ l

ସେହି ଦିନୁ ପ୍ରଭୁ ମନେ ବଳାଇଲେ

ଶ୍ରୀ ମନ୍ଦିର ଫେରିବାକୁ

ମାନବୀୟ ଲୀଳା ଲଗାଇ ପ୍ରଭୁ ଯେ

ଶିଖାଇ ଦେଲେ ଆମକୁ l

ଗୃହର ଲଷ୍ମୀଙ୍କୁ ହତାଦର କେବେ

କରିବନି ଜମା ଆଉ

କରିଲେ ଏମିତି ଭୋଗିବ ଏ ଦଶା

ସାବଧାନ ହୁଅ ବେଳ ଥାଉ l

ରାଜୀବ ଲୋଚନ ପାଣିଗ୍ରାହୀ

ରଘୁନାଥ ନଗର, ଆସ୍କା, ଗଞ୍ଜାମ

Related posts

ଦର ନିୟନ୍ତ୍ରଣ ଲାଗି  ୨୫୦,୦୦୦ ଟନ୍‌ ପିଆଜ ମହଜୁଦ ରଖିଛନ୍ତି କେନ୍ଦ୍ର ସରକାର

Sunil Chandra Nayak

ନବନିର୍ବାଚିତ ପୌର ପ୍ରତିନିଧିଙ୍କୁ ସିଟିଜନ ଫୋରମର ସମ୍ବର୍ଦ୍ଧନା

Sunil Chandra Nayak

ନିର୍ଭୀକ ଦାୟିତ୍ବବୋଧ ସତ୍ୟ ଓ ତଥ୍ୟ ଭିତ୍ତିକ ଖବର ପ୍ରସାରଣ ର ମାଧ୍ୟମ ହେଉ ୱେବମିଡ଼ିଆ

Sunil Chandra Nayak

Leave a Comment

error: Content is protected !!