ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସ୍ତା ବ୍ଲକରେ ପ୍ରଥମ ହେଲେ ଦେବଶ୍ରୀ ମିଶ୍ର

ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅଧିନରେ ଥିବା ହାଇସ୍କୁଲ ଗୁଡିକରେ ଚଳିତ ବର୍ଷ ଦଶମ ଶ୍ରେଣୀ ପରିକ୍ଷାଫଳ ପ୍ରକାଶ ପାଇଛି । ଅମର୍ଦ୍ଦା ରୋଡ ସିର୍ଦ୍ଧେଶ୍ବର ହାଇସ୍କୁଲରେ ଅଧ୍ଯୟନରତ ଦେବଶ୍ରୀ ମିଶ୍ର ମୋଟ ୬୦୦ଶହ ମାର୍କରୁ ୫୯୦ ମାର୍କ ରଖି ଛନ୍ତି । ସେହିପରି ଉକ୍ତ ବ୍ଲକ ମଥାନୀ ପଞ୍ଚାୟତ ଫୁଲମଣୀ ବିଦ୍ଯାପୀଠର ଦଶମ ଶ୍ରେଣୀ ଛାତ୍ରୀ ଜ୍ଞାନାଞ୍ଜଳୀ ଜେନା ୫୫୩ ଓ ପଣ୍ତରୁଙ୍ଗି ମା ଭଗବତୀ ହାଇସ୍କୁଲର ଛାତ୍ର ଆଦିତ୍ଯ ପତି ୫୪୪ ନମ୍ବର ରଖିଛନ୍ତି । ତେବେ ଭୋଗରାଇ ଥାନା ଜୟରାମ ପୁର ଗ୍ରାମର ଡା.ଦିଲ୍ଲୀପ କୁମାର ମିଶ୍ର ଅମର୍ଦ୍ଦା ସ୍ବସ୍ଥ୍ଯ କେନ୍ଦ୍ରର ଆୟୁସ ଡା.ମିନାକ୍ଷୀ ପଣ୍ତାଙ୍କ କନ୍ଯା ଦେବଶ୍ରୀ ମିଶ୍ର ମା ପାଖରେ ରହି ଅମର୍ଦ୍ଦା ହାଇସ୍କୁଲରେ ପଢୁଥିଲେ ବୋଲି ଶ୍ରୀମତୀ ପଣ୍ତା ପ୍ରକାଶ କରିଛନ୍ତି । ତାଙ୍କ ଝିଅର ସଫଳତା ପାଇଁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ନିଜେ ମନଯୋଗ ସହକାରେ ପାଠପଢା ପ୍ରତି ଧ୍ଯାନ ଦେଇଥିବାରୁ ଏ ସଫଳତା ପାଇଛନ୍ତି ବୋଲି ଦେବଶ୍ରୀ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗାଧେବାକୁ କୁ ଆସି କେନାଲ ରେ ଯୁବକ ନିଖୋଜ ଅଭିଯୋଗ, ଉଦ୍ଧାର କାର୍ଯ୍ୟ ଜାରି

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ପୂର୍ତ୍ତ ବିଭାଗ ର ନିଷ୍କ୍ରିୟତା , ବାରମ୍ବାର ଘଟୁଛି ଦୁର୍ଘଟଣା , ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

Leave a Comment

error: Content is protected !!