ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରି ଗ୍ରାମ ର କ୍ଷମା ପଟେଲ ଘରରେ ନିଆଁ ଲାଗି ଧନ ସମ୍ପତି ନଷ୍ଟ

ଟେମରି (ମ. ନି. ସ ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଟେମରି ଗ୍ରାମପଞ୍ଚାୟତ ଟେମରି ଗାଁ ରେ ଆଜି ଅପରାହ୍ନ ୪.୩୦ଟା ସମୟରେ ଟେମରି ଗ୍ରାମର କ୍ଷମାସାଗର ପଟେଲ ଙ୍କ ଘରେ ସର୍ଟ ସର୍କିଟ ଯୋଗୁଁ ତାଙ୍କ ନିଜ ଘରେ ନିଆଁ ଲାଗି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଗ୍ରାମବାସୀ ନିଆଁ ଲାଗିବା ପରେ ଧର୍ମଗଡ଼ ଦମକଲକୁ ଜଣାଇବାରୁ ଅଗ୍ନିଶ୍ରମର କେଶବ ବେହେରା ଓ କର୍ମଚାରୀ ସହିତ ଦଶପୁର ଫାଣ୍ଡି ଚନ୍ଦ୍ରହାସ୍ୟ ସାହୁ ଉଭୟ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥାନରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏହା ପରେ ଗୋଲାମୁଣ୍ଡା ଅଗ୍ନିଶ୍ରମ ବିଭାଗ ମଧ୍ୟ ଆସି ସାହାଯ୍ୟ କରିଥିଲେ ବୋଲି ଧର୍ମଗଡ଼ ଅଗ୍ନିଶ୍ରମ ବିଭାଗ ଆଇ ଆଇସି କେଶବ ବେହେରା ପକ୍ଷରୁ ସୂଚନା ଦେଇଥିଲେ l ଘରେ ଥିବା ମୂଲ୍ୟବାନ ସାମଗ୍ରୀ ଜଳି ପାଉଁଶ ହୋଇ ଯାଇଥିବା ପରିବାର ପକ୍ଷରୁ ପ୍ରକାଶ କରିଛନ୍ତି । ହେଲେ କ୍ଷୟ କ୍ଷତି ଆକଳନ କଲେ ଜଣାପଡିବ ବୋଲି କହିଛନ୍ତି । ତେବେ ପ୍ରଶାସନ ବିଭାଗ ତରଫରରୁ କ୍ଷୟକ୍ଷତି ଆକଳନ କରି ଅଗ୍ନି ବିପନ୍ନ ପରିବାର କୁ ସରକାରୀ ସହାୟତା ଯୋଗେଇଦେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

ଦୁର୍ଗମ ତ୍ରିଲୋଚନପୁର ଓ ବିକାଶନଗର ପରିଦର୍ଶନ 

ମା ତାରିଣୀ ମନ୍ଦିରରେ ଗାଡି ପୂଜା

Sunil Chandra Nayak

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ଚୋରି

Sunil Chandra Nayak

Leave a Comment

error: Content is protected !!