ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବନମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା/ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଉଥିବା ବେଳେ ଏହି ବନମହୋତ୍ସବ କାର୍ଯ୍ୟକ୍ରମ ସେକ୍ଟର ୧୯ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ପାଳନ କରାଯାଇଛି। ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ବରିଷ୍ଠ ଶିକ୍ଷୟିତ୍ରୀ କଳ୍ପନା ଶତପଥୀଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏକ ନୃତ୍ୟନାଟିକା ପରିବେଷଣ କରି ବୃକ୍ଷ କିପରି ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ସେ ସଂପର୍କରେ ପ୍ରଦର୍ଶିତ କରିଥିଲେ। ଅଧ୍ୟକ୍ଷ ଶ୍ରୀ ମହାପାତ୍ର ବୃକ୍ଷରୋପଣ ର ପ୍ରସ୍ତୁତି ଓ ଉପକାରିତା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ସମସ୍ତଙ୍କୁ ବୃକ୍ଷରୋପଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ବନ ମହୋତ୍ସବ ସପ୍ତାହ ପାଳନ ହେଉଥିବାରୁ ଛାତ୍ର ଛାତ୍ରୀ ମାନେ ସାପ୍ତାହିକ ପ୍ରାର୍ଥନା ସଭାରେ ବୃକ୍ଷର ସୁରକ୍ଷା ନିମନ୍ତେ ଶପଥ ନେଇଥିଲେ। ଏହି ଅବସରରେ ବିଦ୍ୟାଳୟରେ ଗଠିତ ହୋଇଥିବା ପରିବେଶ ସୁରକ୍ଷା ସଂଘର ଛାତ୍ର ଛାତ୍ରୀ ମାନେ ବୃକ୍ଷରୋପଣ କରିଥିଲେ। ଏହା ସହ ପରିବେଶ ସୁରକ୍ଷା ପାଇଁ ପ୍ରାୟ ୩୦୦ ଛାତ୍ରଛାତ୍ରୀ ପ୍ଲା କାର୍ଡ ଓ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ସେହିପରି ଇସ୍ପାତ କାରଖାନା ତରଫରୁ ଆୟୋଜିତ ହୋଇଥିବା ବନମହୋତ୍ସବ କାର୍ଯ୍ୟକ୍ରମରେ ସ୍କୁଲର ସ୍କାଉଟ୍ ଆଣ୍ଡ ଗାଇଡ୍ ର ଶିକ୍ଷକ ସୁଜିତ କୁମାର ତନ୍ତୀଙ୍କ ନେତୃତ୍ଵରେ ଛାତ୍ର ଛାତ୍ରୀ ମାନେ ବୃକ୍ଷରୋପଣ କରିଥିଲେ। ଶେଷରେ ଶ୍ରୀମତୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଦାଦନ ସମସ୍ୟା ରୋକିବା ପାଇଁ ପ୍ରୟାସ,କେସିଙ୍ଗା ରୁ ଭବାନୀପାଟଣା ମହିପାଳ ପୋଢ ଙ୍କ ପଦଯାତ୍ରା

କାର ଦୁର୍ଘଟଣା ରେ ଯୁବକ ମୃତ,ପୋଲିସ ର ତଦନ୍ତ ଜାରି

Sunil Chandra Nayak

ଚନ୍ଦ୍ର କଳା ଦେବୀ ଙ୍କ କବିତା – ମୋ ଗାଆଁ

Sunil Chandra Nayak

Leave a Comment

error: Content is protected !!