ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାହୁଡା଼ ଲୀଳା

   ବାହୁଡା଼ ଲୀଳା

ଉପେନ୍ଦ୍ର କୁମାର ବସ୍ତିଆ

 

ଗୁଣ୍ଡିଚା ମନ୍ଦିରୁ ବାହୁଡ଼ା ଯାତ୍ରାରେ

    ପ୍ରଭୁପୁଣି ଫେରିଯିବେ 

ଗୁଣ୍ଡିଚା ମାଆ ଦୁଃଖରେ ଅଧିର 

    ପ୍ରଭୁ ପରକରିଦେବେ ।।

 ମିଳନ ଯେଉଁଠି ବିଚ୍ଛେଦ ସେଇଠି 

    ଇଏତ ନିଛକ ସତ

ପ୍ରଭୁ ଆସିଥିଲେ ଲୀଳାଖେଳା କଲେ 

    ଦୁଃଖ ଗୁଣ୍ଡିଚା ମା ଚିତ୍ତ ।।

ଜୀବନର ରଥ ଚାଲି ଚାଲି ପଥ 

      ବାହୁଡି ଜିବତ ଦିନେ 

  ଚିରସ୍ଥାୟୀ ନୁହେଁ ସକଳେ ଅଚୀର 

    କହିଥାନ୍ତି ସାଧୁ ଜନେ ।

ବାହୁଡ଼ା ଯାତ୍ରାରେ ବାହୁଡି ଆସନ୍ତି 

    ଭକତଙ୍କ ସାଥେ ମିଶି 

ଚଉରାଅଶୀ ଜନ୍ମ ପାପତାପ ମାନ 

    ପ୍ରଭୁ ଦେଇଥାନ୍ତି ନାଶି ।।

ଶ୍ରୀ ମନ୍ଦିର ଛାଡି ତିନିରଥ ଗଡି 

    ଭକତଙ୍କୁ ଦେଖା ଦେଇ 

ଜ୍ୟେଷ୍ଠ ଭ୍ରାତା ପାଇଁ ପତ୍ନୀକୁ ନ ନେଇ 

    ପ୍ରଭୁ ଆସିଥିଲେ ଧାଇଁ ।।

ବାହୁଡି ଆସିବେ ତାଙ୍କୁ ବୋଧ ଦେବେ 

    ଶାଢ଼ୀ ରସଗୋଲା ଦେଇ 

ଲକ୍ଷ୍ମୀ ରାଗ ରୋଷ ସବୁହେବ ଶେଷ 

    ମାନବୀୟ ଲୀଳା ଭେଇ।।

ଗୁଣ୍ଡିଚା ମନ୍ଦିରେ କେଡେ ସରାଗରେ 

    ଆନନ୍ଦ ଉତ୍ସବ ଲାଗେ 

ଏ ଇମତି ତୁମ ଲୀଳା ଚାଲୁ ପ୍ରଭୁ    

      ଏତିକି ଭକତ ମାଗେ ।।

          ରାଉରକେଲା

 

Related posts

ଅଭିଭାବକ ଶିକ୍ଷକ ସମ୍ମିଳନୀ

Sunil Chandra Nayak

ମୋଦୀଙ୍କ ଦୀପାବଳୀ ଭେଟି…ଅକ୍ଟୋବର ୨୨ରେ ଦେଶର ୭୫ ହଜାର ଯୁବକ ଯୁବତୀଙ୍କୁ ପ୍ରଦାନ କରିବେ ନିଯୁକ୍ତିପତ୍ର

Sunil Chandra Nayak

ମଞ୍ଚାଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଛାତ୍ରବାସ ସାତ ଦିନ ହେଲାଣି ବିଦ୍ୟୁତ ସେବାରୁ ବଞ୍ଚିତ: ସ୍ନାନ ଶୌଚ ଓ ରନ୍ଧନ ପାଇଁ ପାଣି ସମସ୍ୟା

Sunil Chandra Nayak

Leave a Comment

error: Content is protected !!