ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ବଡ଼ଦାଣ୍ଡେ ଆସେ ରଥ ପରେ ବସେ

   ଭକ୍ତ ପାଳେ ତା ସଂସ୍କୃତି

ବର୍ଷ ବର୍ଷ ଧରି ଚାଲେ ଲୀଳା ଖେଳା

   ଭକ୍ତ ମାଗୁଛି ଭକତି।

ଟାହିଆ ମେଲାଇ ବାହୁକୁ ହଲାଇ

    ଝୁଲି ଝୁଲି ଆସ ରଥେ

ଭକତ ଡୋରିରେ ବାନ୍ଧି ହୋଇ ଅଛ

      ଆହେ କାଳିଆ ସାଆନ୍ତେ।

ଚରମ ନଖର ଦୂରତା ଯେତିକି

    ପାଶେ ଭକ୍ତ ଭଗବାନ 

ଭକ୍ତି ରେ ମିଳୁଛି ଶକ୍ତି ଯାହା କେତେ

    ବାରେ ଦିଅ ଦରଶନ।

ଧୂପ ଦୀପ ପୂଜା କରୁଛି ମୁଁ ସତେ

    ଜଗତ ରଖ ମଙ୍ଗଳ

ସଂସାର ତୁମରି ତୁମ ହାତେ ଦେଲି

   ଯାହାକୁ ଯାହା ସଫଳ।

ତୁମ ଦରଶନ ଭକ୍ତି ମୋ ଜୀବନ

    ନିତି କରୁଥାଏ ପୂଜା

ତୁମ ଗୁଣ ଗାନ କରୁଛି ପ୍ରଚାର

     ଜଗତେ ଉଡୁଛି ଧ୍ଵଜା।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ସ୍ୱାବଲମ୍ବି ହେଲେ ଏସଏସଜି ମହିଳା,ଉଦଘାଟନ ହେଲା ମିଶନ ଶକ୍ତି କାଫେ

Sunil Chandra Nayak

ଜୁଲାଇ ୧ ରେ ଫିଟିବ “ବିଦ୍ୟାରାଣ” 

Sunil Chandra Nayak

Leave a Comment

error: Content is protected !!