ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଥ ପଥ ଭକ୍ତ ଏକାକାର ….

ଧର୍ମଗଡ ରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟ ରେ ବାହୁଡା଼ ଯାତ୍ରା ସମ୍ପନ୍ନ

ଧର୍ମଗଡ:୦୯/୦୭/୨୨: ଆଜି ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟ ରେ ଧର୍ମଗଡ ସହର ରେ ଶ୍ରୀ ଜୀଉ ଙ୍କ ବାହୁଡା଼ ଯାତ୍ରା ସମ୍ପନ୍ନ ହୋଇ ଯାଇଛି । ରୀତି ନୀତି ଅନୁଯାୟୀ ଶ୍ରୀ ଜୀଉ ମାନଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା । ଧର୍ମଗଡ ବିଧାୟକ ମୌଷଧୀ ବାଗ ଛେରା ପହଁରା କରି ଥିଲେ । ଦୀର୍ଘ ଦୁଇବର୍ଷ ହେବ କରୋନା କଟକଣା ପାଇଁ ରଥଯାତ୍ରା ବନ୍ଦ ରହିଥିଲା । ଫଳ ରେ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ରଥ ରେ ଦର୍ଶନ କରି ପ୍ରଭୂ କୃପା ଲାଭ କରିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ରଥ ଯାତ୍ରା ଦେଖିବା ପାଇଁ ଜିଲ୍ଲା ତଥା ପଡୋଶୀ ଛତିଶଗଡ଼ ରାଜ୍ୟ ଦେଭୋଗ ଅଞ୍ଚଳ ରୁ ଭକ୍ତ ମାନେ ଭିଡ ଜମାଇଥିଲେ । ରଥ ଯାତ୍ରା ରେ ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଭିଡ କୁ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ବେଳେ ଟ୍ରଷ୍ଟ ବୋର୍ଡ ସଭାପତି ତଥା ଉପଜିଲ୍ଲାପାଳ ସଚିନ ପ୍ରକାଶ,ଡିଏସପି ଧିରଜ ଚୋପଦାର, ତହସିଲଦାର ହରେକୃଷ୍ଣ ବରିହା, ଆଇ ଆଇ ସି ଦିପାଞ୍ଜଳି ପ୍ରଧାନ ଉପସ୍ଥିତ ରହି ତଦାରଖ କରି ଥିଲେ । ରଥଯାତ୍ରା ପାଳନ କମିଟି ସଦସ୍ୟ ସମେତ ମନ୍ଦିର ଟ୍ରଷ୍ଟ ର ସଦସ୍ୟ ମାନେ ଉପସ୍ଥିତ ରହି ବାହୁଡା଼ଯାତ୍ରା କୁ ସଫଳ ପରିଚାଳନା କରିଥିଲେ ।

ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ପାଇଁ ଟାହିଆ ପ୍ରସ୍ତୁତ କଲେ ଛାତ୍ର

ଧର୍ମଗଡ:୯/୭/୨୨: ପ୍ରଭୁ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା ନଅଦିନ ବ୍ୟାପି ମାଉସୀ ଘରେ ରହିବା ପରେ ଆଜି ପୁଣି ଶ୍ରୀ ମନ୍ଦିର କୁ ଫେରିଛନ୍ତି । ଆଜି ବାହୁଡ଼ା ଯାତ୍ରା ରେ ବେଶ ଆକର୍ଷଣୀୟ ଥିଲା ଶ୍ରୀ ଜୀଉ ମାନଙ୍କୁ ଲାଗି ହୋଇଥିବା ଟାହିଆ । ଶ୍ରୀ ମନ୍ଦିର ପରମ୍ପରା ଅନୁଯାୟୀ ଜୈନିକ ଛାତ୍ର ରୋହିତ ନିଆଲ ଶ୍ରୀ ଜିଉ ମାନଙ୍କ ପାଈ ଟାହିଆ ପ୍ରସ୍ତୁତ କରିଥିଲେ । ଆଜି ବାହୁଡା଼ ଯାତ୍ରା ସମୟରେ ବର୍ଷା ହେବା ସତ୍ବେ ପ୍ରବଳ ଜନସମାଗମ ହୋଇଥିଲା ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

ନିରୁପମା ପାଣି ଙ୍କ କବିତା ଭୁଲା ମନ

Sunil Chandra Nayak

ତେରେସିଂହାରେ କୁରାଳ ପଞ୍ଚମୀ କଳସ ଶୋଭାଯାତ୍ରା

Sunil Chandra Nayak

ରାଉରକେଲା – ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Leave a Comment

error: Content is protected !!