ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା    ମୃତ୍ୟୁ 

      ମୃତ୍ୟୁ 

ମୃତ୍ୟୁ ଆସିଗଲେ ଥରି ଯାଏ ଛାତି

ଆସିଛି ନେବାକୁ ମୋତେ

ଜନମ ହୋଇଲେ ମରଣ ନିଶ୍ଚୟ

ଡରୁଛି କାହିଁକି ଏତେ

ପ୍ରଭୁର ଡାକରା ଆସିଛି ମୋ ପାଶେ

ଭେଟ ହେବ ପ୍ରଭୁ ସାଥେ

ମୃତ୍ୟୁ ଆସିଗଲେ…………..୧ 

 

ଶରୀର ନୁହଁଇ କାହାର ନିଜର

କାହିଁକି ନିଜର ଭାବ

ଆତ୍ମା ସାଥେ ଯଦି ଭାବ ରଖିଥିବୁ

ଦୁଃଖ କେବେ ନହୋଇବ

ସେହି ଏକା ପ୍ରଭୁ ଶରୀର ଭିତରେ

ରହିଛି ତୁମରି ସାଥେ

ମୃତ୍ୟୁ ଆସିଗଲେ…………..୨ 

 

ପଞ୍ଚଭୂତ ମିଶି ଗଢିଲେ ଶରୀର

ମାଆର ଗର୍ଭରେ ଆସି

ପ୍ରଭୁ ନିଜେ ଆସି ଘଟରେ ପ୍ରବେଶ

ଦେଖୁଛି ସବୁ ସେ ବସି

ମୋହ ଲାଗିଗଲା ଶରୀରକୁ ମୋର

ଜାବୁଡ଼ି ଧରେମୁଁ କେତେ

ମୃତ୍ୟୁ ଆସିଗଲେ ଥରି ଯାଏ ଛାତି

ଆସିଛି ନେବାକୁ ମୋତେ…………..୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ଝରିଗୁମ୍ମା-କଣ୍ଟାଗାଁ ରାସ୍ତାର ଅବସ୍ଥା ଶୋଚନୀୟ

Sunil Chandra Nayak

କବିୟତ୍ରୀ ଦୀପିକା ଦାଶ ଙ୍କ କବିତା ସଙ୍କଳନ ‘ ଅସ୍ତରାଗ ‘ଉନ୍ମୋଚିତ

Sunil Chandra Nayak

ସଦଜ୍ଞାନ ଜାଗୃତି ସେବାଶ୍ରମ ତଳତାପଣ୍ତାରେ ଯୋଗ ଦିବସ

Sunil Chandra Nayak

Leave a Comment

error: Content is protected !!