Uncategorizedସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଭାଗ୍ୟ by Sunil Chandra NayakJuly 12, 20220196 Share0 ଭାଗ୍ୟ ଏମିତିକା ଭାଗ୍ୟ ବିଧାତା ଲେଖିଲା ଦୁଃଖ ସରେ ନାହିଁ ମୋର କି ଦୋଷ କରିଛି କୁହ ଜଗନ୍ନାଥ ଦୟା ନହୋଇଲା ତୋର ଯାହା ଦେଇଥିଲୁ ଛଡ଼ାଇ ତ ନେଲୁ ଏ କ’ଣ ବିଚାର ତୋର ଏମିତିକା ଭାଗ୍ୟ …………….୧ ସବୁ ଦୁଃଖ ସହି କେବେ ହେଲେ ଦିନେ ଭୁଲିନି ମନରୁ ତୋତେ ଯେତେ ଇଛା ଦୁଃଖ ଦେଇ ଦିଅ ପ୍ରଭୁ ଆଶୀର୍ବାଦ ଲାଗେ ମୋତେ ଦୁଃଖ ର ପାହାଡ଼ ମୁଣ୍ଡରେ ମୋ ଲଦି ସୁଖରେ ରୁହ ଏଥର ଏମିତିକା ଭାଗ୍ୟ …………….୨ ମରି ପାରୁ ନାହିଁ ତୋତେ ଛାଡ଼ି ଏକା ଅନ୍ତରେ ଧରିଛି ବୋଲିି ଜୀଇବାକୁ ଭଲା ଦେଉନାହୁଁ ମୋତେ ବଞ୍ଚିକି ମରୁଛି ଖାଲି ଜୀବ ଯିବା ଯାଏଁ ଡୋରି ଲାଗିଥାଉ ଭାବିଛି ତୋତେ ନିଜର ଏମିତିକା ଭାଗ୍ୟ ବିଧାତା ଲେଖିଲା ଦୁଃଖ ସରେ ନାହିଁ ମୋର………୩ ସତ୍ୟରଞ୍ଜନ ସ୍ୱାଇଁ ଅବଦଲପୁର, ଯାଜପୁର