ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରକ୍ତ ଦେଇ ବିପଦ ର ବନ୍ଧୁ ସାଜିଲେ ଯୁବକ

ଚନ୍ଦାହାଣ୍ଡି(ମ ନି ସ) ରକ୍ତହୀନତାର ଶିକାର ହୋଇଥିବା ଜଣେ ଯୁବତୀ କୁ ରକ୍ତଦାନ କରି ବିପଦର ବନ୍ଧୁ ସାଜିଛନ୍ତି ଜଣେ ଯୁବକ । ଯୁବକ ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ରକ୍ତଦାନ କରିଥିବା ଯୁବକ ଜଣକ ହେଉଛନ୍ତି  ଚନ୍ଦାହାଣ୍ଡି ପଞ୍ଚାୟତ ସିନାପାଲି ଗ୍ରାମର ଦେବେନ୍ଦ୍ର ହାଲବା । ସେ ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସାଳୟରେ ଏଲଟି ଭାବେ କାର୍ଯ୍ୟ କରୁଛନ୍ତି। 

   ସୂଚନା ଅନୁଯାୟୀ ,ଚନ୍ଦାହାଣ୍ଡି  ବ୍ଲକ ଅଧିନସ୍ଥ  ସିନାପାଲି ଗ୍ରାମର କୈକେୟୀ ନାଗ(୧୮) କିଛି ଦିନରୁ ଜ୍ବରରେ ଆକ୍ରାନ୍ତ ହୋଇ ରକ୍ତହୀନତା ର ଶିକାର ହୋଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କୁ  ଏ ପଜିଟିଭ  ରକ୍ତର ଆବଶ୍ୟକତା ଥିବା ବେଳେ ଗତକାଲି ତାଙ୍କ ଭାଇ କାଳେଶ୍ବର ନାଗ ନିଜ ଭଉଣୀକୁ ରକ୍ତ ଦେଇଥିଲେ । ତେବେ ଡାକ୍ତର ଆହୁରି ରକ୍ତ ର ଆବଶ୍ୟକତା ଥିବା କହିବାପରେ ପରିବାର ବର୍ଗ ଚିନ୍ତା ରଜ ଥିଲେ । ଖବର ପାଇ  ସେହି ଗ୍ରାମର ଦେବେନ୍ଦ୍ର ହାଲବା  ସ୍ୱତପ୍ରବୃତ ଭାବେ ଧର୍ମଗଡ ଡାକ୍ତରଖାନାକୁ ଯାଇ ରକ୍ତଦାନ କରିଥିଲେ । ବିପଦ ସମୟରେ  ରକ୍ତଦାନ କରି ଶ୍ରୀ ହାଲବା ମଣିଷ ପଣିଆ କୁ  ଜାହିର କରିଛନ୍ତି । ଏଭଳି ବିପଦ ସମୟରେ ଅନ୍ୟମାନେ ମଧ୍ୟ ରକ୍ତଦାନ କଲେ ଅନେକ ଜୀବନ ବଂଚିପାରିବ ବୋଲି ବିପଦର ବନ୍ଧୁ ସାଜିଥିବା ଦେବେନ୍ଦ୍ର ହାଲବା ପ୍ରକାଶ କରିଛନ୍ତି ।

ଚନ୍ଦାହାଣ୍ଡି ରୁ ଦିଲ୍ଲୀପ ଦାସ ଙ୍କ ରିପୋର୍ଟ

Related posts

ସଡକ ଦୁର୍ଘଟଣାରେ ମଟରସାଇକେଲ ଚାଳକ ମୃତ ଜଣେ ଗୁରୁତର

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ହେଲେ କେବିନେଟ ମନ୍ତ୍ରୀ, ଆଜି ଶପଥ ନେଲେ

Leave a Comment

error: Content is protected !!