ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଳ୍ପ ପବନରେ ଉଡିଲା ନିର୍ମାଣାଧିନ ସ୍କୁଲର ଛାତ, ବିଦ୍ୟାଳୟ ସାମ୍ନାରେ ଗ୍ରାମବାସୀଙ୍କ ଉତ୍ତେଜନା

ଉତ୍କେଲା,୧୨/୦୭, (ମ ନି ସ) କେସିଙ୍ଗା ବ୍ଳକ ଅନ୍ତର୍ଗତ କାଣ୍ଡେଲ ହାଇସ୍କୁଲ ରେ କାଲି ବର୍ଷା ଏବଂ ସାମାନ୍ୟ ପବନ ରେ ସ୍କୁଲର ପଛପଟ ଆଜବେଷ୍ଟସ ଉଡ଼ି ଯାଇଛି ସ୍କୁଲ ଛୁଟି ପରେ , ପବନ ରେ ଆଜବେଷ୍ଟସ ଉଡୁଥିବା ସମୟରେ ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ବାହାର କୁ ଯିବା ବେଳକୁ ହଠାତ୍ ତିନି ଜଣ ଛାତ୍ରୀ ଏବଂ ଦୁଇଜଣ ଶିକ୍ଷକ ଅଘଟଣ ରୁ ବର୍ତ୍ତି ଯାଇଛନ୍ତି। ତେବେ ସ୍କୁଲ୍ ବାହାରୁ ଛାତ୍ର ଛାତ୍ରୀ ଏହି ଦୃଶ୍ୟ ଦେଖି ଜୀବନ ବିକଳରେ ଦୈାଡି ପଳାଇଥିଲେ। ସୁଚନା ଅନୁସାରେ କେସିଙ୍ଗା ବ୍ଳକ ଅନ୍ତର୍ଗତ କାଣ୍ଡେଲ ହାଇସ୍କୁଲର ପୁରୁଣା ଖପର ହଟାଇ ଆଜବେଷ୍ଟସ ଲଗାଇ ମୁଡକାରୀ କାମ ଅଧାପନ୍ତରିଆ ଥିବାରୁ ହାଲୁକା ପବନ ରେ ଆଜବେଷ୍ଟସ ଉଡିଯାଇଥିଲା। ବିଦ୍ୟାଳୟ ନିକଟରେ ଲାଗିରହିଥିବା ଖପର ଘର କୁ ହଟେଇବା ସହିତ ବିନା ମୁଡକାରୀ ଦେଇ ସେଠାରେ ଆଜବେଷ୍ଟସ ଲଗାଇ କାମ ଶେଷ କରାଯାଇଥିଲା । କାଲି ହଠାତ୍ ସାମାନ୍ୟ ପବନ ହେବାରୁ ବିଦ୍ୟାଳୟ ର ପଛପଟ ଆଜବେଷ୍ଟସ ସଂପୂର୍ଣ୍ଣ ଉଡ଼ି ଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଘଟଣା ସମ୍ପର୍କରେ ସୁଚନା ପାଇ କନିଷ୍ଠ ଯନ୍ତ୍ରୀ ଦିଲିପ୍ ପଟେଲ, କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ, କେସିଙ୍ଗା ବ୍ଳକ ଶିକ୍ଷା ଅଧିକାରୀ ବବୃବାହନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ କାଣ୍ଡେଲ ଗ୍ରାମବାସୀ ବିଡ଼ିଓ, କନିଷ୍ଠ ଯନ୍ତ୍ରୀ, ତଥା ନିର୍ମାଣ ଦାୟିତ୍ବ ନେଇଥିବା ଠିକାଦାରଙ୍କୁ ଘେରିବା ସହିତ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ରୁ ବିଭିନ୍ନ ମହଲରୁ ତିବ୍ର ବିରୋଧ କରଛନ୍ତି ।ତେବେ ୫ଟି ସ୍କୁଲ ଶ୍ରେଣୀ ଗୃହ ର ସମ୍ମୁଖରେ ଏହି ଖପର ଲଗା ଶ୍ରେଣୀ ଗୃହ ଥିବା ଯୋଗୁଁ ଏହା ସ୍କୁଲ୍ ର ପଞ୍ଚାୟତ ଅନୁଦାନ ଅର୍ଥରେ ଖପର ହଟାଇ ଆଜବେଷ୍ଟସ ଲଗାଇ ସୁନ୍ଦର କରିବା ପାଇଁ ଗ୍ରାମ ପଞ୍ଚାୟତ ତରଫରୁ ୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଅଳ୍ପ ପବନରେ ଉଡିଲା ନିର୍ମାଣାଧିନ ସ୍କୁଲର ଛାତ, ବିଦ୍ୟାଳୟ ସାମ୍ନାରେ ଗ୍ରାମବାସୀଙ୍କ ଉତ୍ତେଜନା।ଏସଂପର୍କରେ ବିଡ଼ିଓଙ୍କୁ ପଚାରିବାରୁ ସେ କହିଛନ୍ତି ବିଦ୍ୟାଳୟଟି ପଞ୍ଚାୟତ ଅନୁଦାନ ରୁ ଆସିଥିବା ଟଙ୍କାର ବିଲ୍ ଅଧା ହୋଇଥିବାରୁ କାମ ବର୍ତ୍ତମାନ ସୁଦ୍ଧା ସରିନାହିଁ। ତେବେ ଛାତ୍ରଛାତ୍ରୀ ଙ୍କ ବସିବା ର କୈାଣସି ସମସ୍ୟା ଯେମିତି ନ ହେବ ସେଥିପାଇଁ ଯଥା ଶୀଘ୍ର ଆଜବେଷ୍ଟସ ଲଗାଇବା ର ନିର୍ଦ୍ଦେଶ ଦେଇଛନ୍ତି ।ଏହି ସ୍କୁଲର ଅନ୍ୟ ବିଲଡିଂ ୫ ଟିରେ ରୂପାନ୍ତରିତ ହୋଇଛି

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ସରକାରୀ ବସ ବିଦ୍ଯୁତ ତାର ସଂପର୍ଶ ଆସି ଅଳ୍ପକେ ବର୍ତ୍ତିଗଲା

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ସରପଞ୍ଚଙ୍କ ସଂଘଠନ ଗଠନ ଓ କର୍ମକର୍ତ୍ତା ଚୟନ

ବେଣୁଧର ସୂତାର ଙ୍କ କବିତା ଜୀବନ ପଥେ 

Sunil Chandra Nayak

Leave a Comment

error: Content is protected !!