ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଛୁଆ ବର୍ଗ ଙ୍କ ପାଇଁ ଶିକ୍ଷା ଓ ବୃତ୍ତି ରେ ୨୭ ପ୍ରତିଶତ ସଂରକ୍ଷଣ ଦାବୀ

ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ

ଧର୍ମଗଡ:୧୪/୭/୨୨: ଆଜି ଓବିସି, ଏସସି,ଏସଟି ମିଳିତ ମହାମଞ୍ଚ କଳାହାଣ୍ଡି ତରଫରୁ ଉଚ୍ଚ ଶିକ୍ଷା ଓ ବୃତ୍ତିଗତ ଶିକ୍ଷା ରେ ପଛୁଆ ବର୍ଗ ର ଛାତ୍ର ଛାତ୍ରୀ ମାନଙ୍କୁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବୀ ରେ ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବୀ ପତ୍ର ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରାଯାଇଛି। ବର୍ତମାନ ଛାତ୍ର ଛାତ୍ରୀ ମାନଙ୍କ ନାମ ଲେଖା ସମୟ. ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ୯୫ ପ୍ରତିଶତ ରୁ ଅଧିକ ଛାତ୍ର ଛାତ୍ରୀ ପାସ କରିଛନ୍ତି. ହେଲେ ତଦନୁସାରେ କଲେଜ ମାନଙ୍କରେ ସିଟ ନାହିଁ. ଫଳରେ କଟଅଫ ମାର୍କ ଅଧିକ ଯିବ. ନାମ ଲେଖାରେ ପଛୁଆ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ କଲେଜ ମାନଙ୍କ ରେ ସ୍ଥାନ ପାଇବାରୁ ଏହି ବର୍ଗ ର ବହୁତ ଛାତ୍ର ଛାତ୍ରୀ ବଞ୍ଚତ ହେବେ. । କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ମାନଙ୍କରେ ଉଚ୍ଚ ଶିକ୍ଷା ରେ ଏହି ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ସୁବିଧା ଥିବା ବେଳେ ଓଡିଶା ରେ ଏହି ବ୍ୟବସ୍ଥା ନ ଥିବା ଦୁର୍ଭାଗ୍ୟ ଜନକ ବୋଲି ସଙ୍ଘ କହିଛି । ତେଣୁ ଅନ୍ୟ ରାଜ୍ୟ ଭଳି ସମ୍ବିଧାନ ସଂଶୋଧନ କରି କିମ୍ବା ଅର୍ଡିନାନ୍ସ ଆଣି ଏହି ନିୟମ ଓଡିଶାରେ ଲାଗୁ କରିବାକୁ ମଞ୍ଚ ତରଫରୁ ଦାବୀ ହୋଇଛି । ଓଡିଶା ର ମୋଟ ଜନସଂଖ୍ୟା ର ପ୍ରାୟ ୫୨ପ୍ରତିଶତ ରୁ ଅଧିକ ପଛୁଆ ବର୍ଗ ଜନସାଧାରଣ ଅଟନ୍ତି ।. ସେମାନଙ୍କ ବିକାଶ ବିନା ଓଡିଶା ର ବିକାଶ ଅସମ୍ଭବ । ତେଣୁ ଓଡିଶା ର ସମତୁଲ ବିକାଶ ପାଇଁ ଏହି ବର୍ଗ କୁ ନ୍ୟାୟ ଦେବାକୁ ହେବ. ଅନ୍ୟଥା ଆଗାମୀ ଦିନରେ ଜନସାଧାରଣ, ଅଭିଭାବକ, ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ମିଳିତ ଭାବେ ଆନ୍ଦୋଳନ ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଡମ୍ବରୁଧର ଲହଜଲ, ଧନୁ ଗୋପାଳ, ଡାକେଶ୍ୱର ଲହଜଲ, ଲିଙ୍ଗରାଜ ବେହେରା, ଲବଣି ଯାଦବ,ଇଶରାମ ଟୋଲଟିଆ, ଝସକେତନ ପାରି, ହାତୀରାମ ଦୁର୍ଗା, ଚକ୍ରଧର ବେଣୁପାଣି, ଜୀବଶଙ୍କର ନାଏକ,ରବି ନାଏକ, ସୁଧୀର ଗୋପାଳ, ସେତୁ ରାମ ଭକ୍ତ, ପଦ୍ମବନ ବେମାଲ,ଦିଗାମ୍ବର ଦୁରିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

ସାତ ଦିନିଆ ତାଲିମ ଶିବିର ଉଦଯାପିତ

Sunil Chandra Nayak

ରାଇରଙ୍ଗପୁରରେ ମିଳିତ ପ୍ରାଥମିକ ସଂଘ ଆନୁକୂଲ୍ୟରେ ବିଭିନ୍ନ ଦାବି ନେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ପଦ୍ମଶ୍ରୀ ପ୍ରଫୁଲ୍ଲ କର ଙ୍କ ସ୍ମୃତି ରେ

Sunil Chandra Nayak

Leave a Comment

error: Content is protected !!