ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା ଙ୍କ ଆତ୍ମହତ୍ୟା

  ଡାବୁଗାଁ, ୧୪/୭ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ରେଭିନ୍ୟୁଗୁଡା ସାହିରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ଗୁରୁବାର ସକାଳେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଗ୍ରାମର ରେଭିନ୍ୟୁଗୁଡା ସାହିର କୃଷ୍ଣ ଓ ତାର ବଡ ସ୍ତ୍ରୀ ବୁଧବାର ଦିନ ସମୟରେ କୁଲି କରିବାକୁ ଯାଇଥିଲେ | ଘରେ କେହି ନଥିବା ର ସୁଯୋଗ ନେଇ କୃଷ୍ଣ ସୌରା ଙ୍କ ସାନ ସ୍ତ୍ରୀ ଡାଳିମ୍ବ ସୌରା (୩୦) ନିଜ ଓଢଣି ବେକରେ ବାନ୍ଧି ଘର ଦୁଲମରେ ଓହଳି ଆତ୍ମହତ୍ୟା କରିଥିଲେ | ଏମାନେ କୁଲି କାମ ସାରି ଅପରାହ୍ନ ୫ ଘ. ସମୟରେ ଘରେ ପହଞ୍ଚି ଦେଖିଥିଲେ ଯେ ଡାଳିମ୍ବ ଆତ୍ମହତ୍ୟା କରିଛି | ଉକ୍ତ ଖବର ପ୍ରସାର ହେବା ପରେ ତାଙ୍କ ଘର ଆଗରେ ଲୋକ ଗହଳି ହୋଇଥିଲା | ଖବର ପାଇ ଡାଳିମ୍ବ ଙ୍କ ବାପ ଘର ଲେକେ ଆସି ଘଟଣାସ୍ଥଳରେ ପହଞ୍ଚି ଥିଲେ | ଏନେଇ ମୃତକର ଭାଇ ସାହେବ ସିଂ ଡାବୁଗାଁ ଥାନାରେ ଗୁରୁବାର ସକାଳେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା | ଏନେଇ ଥାନା କେସ ନଂ ୧୮/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ , ଙ୍କ ରିପୋର୍ଟ 

Related posts

ପ୍ରତିମା ଶତପଥି ଙ୍କ କବିତା ଅଗ୍ରପୂଜ୍ୟ ଗଣେଶ

Sunil Chandra Nayak

ନୃସିଂହ ପ୍ରସାଦ ଷଡ଼ଙ୍ଗୀ(ବୁଲୁ) ଙ୍କ କବିତା ନିରାଶା

Sunil Chandra Nayak

ଏ ଆଇ ସି ଅଫ୍ ଇଣ୍ଡିଆ ର ଚାଷୀ ମାରଣ ନୀତି ବିରୁଦ୍ଧରେ ଯୁବ କଂଗ୍ରେସ ର ପ୍ରେସ ମିଟ

Leave a Comment

error: Content is protected !!