ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଚେରୀ ଭୁଶୁଡି ପଡିବାରୁ ମାଆ ଝିଅ ଦୁଇ ଜଣଙ୍କର ମୃତ୍ୟୁ ବାପା ପୁଅ ଗୁରୁତର

ଫୁଲବାଣୀ ପୋୖର ପରିଷଦ ଅନ୍ତର୍ଗତ ୧୧ ନଂ ୱାର୍ଡ ଅଧିନସ୍ଥ ତ୍ରିଦେଵ ନଗର ଠାରେ ଘର ପଛପଟ ଥିବା ପାଚେରୀ ଭୁଶୁଡି ପଡିବାରୁ ଗୋଟିଏ ପରିବାରର ମାଆ ଝିଅ ଦୁଇ ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ବାପ ପୁଅ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଏକ ଅଭାଵନୀୟ ଘଟଣା ଘଟିଛି। ସୂଚନାଯୋଗ୍ୟ ଆଜି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅପରାହ୍ଣ ୪ ଟା ବେଳେ ସେହି ତ୍ରିଦେଵ ନଗରରେ ଘର କରି ରହିଥିବା ବ୍ରଜବନ୍ଧୁ ମାଝୀ ଙ୍କର ଛୋଟ ଛୋଟ ଦୁଇ ପୁଅ ଝିଅ ଓ ବ୍ରଜବନ୍ଧୁ ଓ ତାର ସ୍ତ୍ରୀ ବର୍ଷା ହେଉଥିବା ବେଳେ ଘରେ ଖାଉଥିବା ସମୟରେ ତାଙ୍କ ଘର ପଛ ପଟ ରହୁଥିବା ଅନ୍ୟ ବ୍ୟକ୍ତି ଙ୍କର ପାଚେରୀ ଭୁଶୁଡି ବ୍ରଜବନ୍ଧୁ ଙ୍କର ଘର ଉପରେ ପଡିଥିଲା। ଘର ଭିତରେ ବ୍ରଜବନ୍ଧୁ ତାର ସ୍ତ୍ରୀ ସରିତା ,୫ବର୍ଷର ଝିଅ ୩ ବର୍ଷ ର ପୁଅ ଚାପି ହୋଇ ଯାଇଥିଲେ। ଘଟଣା ସମ୍ପର୍କରେ ଅଞ୍ଚଳବାସୀ ଅଗ୍ନିଶମ ବାହିନୀ ଙ୍କୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ଓ ଟିମ ହ୍ୟୁମାନିଟ ଘଟଣା ସ୍ଥଳରେ ପହଞ୍ଚି ପରିବାର ସଦସ୍ୟ ପୁଅ ଝିଅ ବାପା ମାଆ ଙ୍କୁ ପଥର ଓ ମାଟିକାଦୁଅ ଭିତରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଫୁଲବାଣୀ ବଡ଼ ମେଡ଼ିକାଲ କୁ ପଠାଇଥିଲେ। ମେଡ଼ିକାଲ ରେ ମାଆ ସରିତା ମାଝୀ ୪୨ ଓ ଝିଅ ସ୍ମୃତି ମାଝୀ ୫ ଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ବ୍ରଜବନ୍ଧୁ ୫୨ ଓ ପୁଅ ରହନ ମାଝୀ ୩ ଗୁରୁତର ଥିବା ଜଣାପଡିଛି । ଏହି ଅଭାବନୀୟ ଘଟିଥିବା ଯୋଗୁଁ ଫୁଲବାଣୀ ସହରରେ ଶୋକର ଛାୟା ଖେଳିଯାଇଛି।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

କୋକସରା ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା ପ୍ରଭୁ ଜଗନ୍ନାଥଙ୍କୁ ମୋ ଚିଠି

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା – କର୍ମ, ଜ୍ଞାନ, ଭକ୍ତି

Sunil Chandra Nayak

Leave a Comment

error: Content is protected !!