Uncategorizedମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ by Sunil Chandra NayakJuly 15, 20220200 Share0 ଜଣାଣ ମାନଗୋବିନ୍ଦ ସ୍ବାଇଁ ତୁମେ ଥାଉ ଥାଉ ଆଉ ପାଶେ ଯିବି କିଏବା ବୁଝିବ ଦୁଃଖ ତୁମକୁ ଅନାଇ ଯୁଗ ମୋର ଯିବ ଆହେ ମୋକଳା ଶ୍ରୀମୁଖ । ତୋତେ ଚାହିଁ ଚାହିଁ ଦିନ ସରି ଯିବ ତୋ ସେବାରେ ଦେବି ମନ କରୁଛି ମିନତୀ ରଖୁଛି ଭକତି ପ୍ରଣାମ ମୋବାରେ ଘେନ। ସବୁ ଛାଡ଼ି ଦେଇ ଜଗିଛି ଆଶାରେ କେଉଁ ଆଶା ମୋ ପୂରଣ ପ୍ରଭୁ ତୁମ ଇଚ୍ଛା ଯାହା ଯାଚି ଦେବ ତା ମୁଁ କରିବି ଗ୍ରହଣ। ଜନ୍ମ ରୁ ମରଣ ସଂଗ୍ରାମ କରୁଛି ସବୁ ତୁମରି ସେବାରେ ଏଘର ତୁମର ଏମନ ତୁମରି ସଂସାର ତୁମ ସାଥିରେ। ଯେଉଁ ଡାଳ ଧରି ଛାଟଦେବ ମୋତେ ଅମାନିଆ ଛାତ୍ର ମାନ ସେତେ ଦିନଯାଏ ଛାତ୍ରଯେ ଅଜ୍ଞାନ ଗୁରୁ ଭକ୍ତି ମିଳେ ଜ୍ଞାନ। ଗୋଜାବନ୍ଧ ମହାକାଳପଡ଼ା କେନ୍ଦ୍ରାପଡ଼ା