ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା କୃଷି ଅଧିକାରୀ ଙ୍କ ସାରଦୋକାନ ପରିଦର୍ଶନ

ଚନ୍ଦାହାଣ୍ଡି – ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସାର ଦୋକାନକୁ ଜିଲ୍ଲା କୃଷି ଅଧିକାରୀ ବିଜୟ କୁମାର ପଟ୍ଟନାୟକ, ବ୍ଲକ କୃଷି ଅଧିକାରୀ ଗଜାନନ ସାହୁ, ସହକାରୀ କୃଷି ଅଧିକାରୀ ଅମିତ କୁମାର ମଲିକ ଏକ ଟିମ ସହ ତନଖି କରିଥିଲେ l ପ୍ରଥମେ ଉକ୍ତ ଟିମ ସୌମ୍ୟରଞ୍ଜନ ଖମାରି ଙ୍କ ସାର ଦୋକାନ ଏହାପରେ ମହମ୍ମଦ ହନିଫ,ଚନ୍ଦାହାଣ୍ଡି ଲ୍ୟାମ୍ପ, ଦେବ ଟ୍ରେଡର୍ସ ଦେଓବନ୍ଧ ଆଦି ସାର ଦୋକାନ ପରିଦର୍ଶନ କରିଥିଲେ l ପରିଦର୍ଶନ ପରେ ସାର ଦୋକାନୀ ମାନେ ଦୋକାନ ସମ୍ମୁଖରେ ସାଇନ ବୋର୍ଡ, ଦର ତାଲିକା, ଷ୍ଟକ ପୋଜିସନ,ଲାଇସେନ୍ସ କପି ଟାଙ୍ଗୀବାରେ ଅନିୟମିତତା ଲକ୍ଷକରି ଅସନ୍ତୋଷ ପ୍ରକାଶ କରିବା ସହ ଦୋକାନୀଙ୍କୁ ତାଗିଦ କରିଥିଲେ l କେତେକ ଦୋକାନରେ ଷ୍ଟକ ଖାତା ଓ ବିକ୍ରୟ ଖାତା ଠିକ ନଥିବାରୁ ପରବର୍ତୀ ପରିଦର୍ଶନ ସମୟରେ ଠିକ କରିବା ପାଇଁ ପରାମର୍ଶ ଦେଇଥିଲେ l ପ୍ରକାଶ ଯେ ଚନ୍ଦାହାଣ୍ଡି ବ୍ଲକ ରେ ଚାଷୀମାନେ ସାର ବ୍ୟବହାର ଅଧିକ କରୁଥିବା ସହ ଜଙ୍ଗଲ ଜମିରେ ମକା ଚାଷ କରୁଥିବାରୁ ଆବଶ୍ୟକ ପରିମାଣରୁ ଅଧିକ ସାର ଦରକାର ପଡୁଛି l ସରକାର କୃଷି ବିଭାଗ ର ଚାଷ ଅନୁସାରେ ସାର ଯୋଗାଉ ଥିବାବେଳେ, ଜଙ୍ଗଲ ଜମିରେ ଚାଷ ପାଇଁ ସାର ଯୋଗାଉ ନାହାନ୍ତି l ଏହାର ସୁଯୋଗ ନେଇ କିଛି ବ୍ୟବସାୟୀ ଛତିଶଗଡ ରୁ ନକଲି ସାର ଆଣି ବିକ୍ରି କରୁଥିବା ଅଭିଯୋଗ ହେଉଥିଲା l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କୋକସରା ବ୍ଲକରେ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ସମାଜସେବୀ ମିହିର ସାହୁ ଙ୍କ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ସାଇଟସେଭର୍ସ ତରଫରୁ ଦୃଷ୍ଟିବାଧିତ ଝିଅମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ଶିବିର

Leave a Comment

error: Content is protected !!