ଢେଙ୍କାନାଳ, କାମାକ୍ଷାନଗର 16/7/22 ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ ଆଜି ସଂଧ୍ୟା ୫ ଘଟିକା ସମୟରେ ଭୁବନ ଅଞ୍ଚଳରେ ଘଡଘଡି ସହିତ ବର୍ଷା ହୋଇଥିଲା । ତେବେ ସୁରପ୍ରତାପପୁର ଗ୍ରାମର ଦେବରାଜ ମହାନ୍ତିଙ୍କ ସ୍ତ୍ରୀ ଚାନ୍ଦ ମହାନ୍ତି ୨୫ ବର୍ଷ ଘରେ ଛିଡା ହୋଇଥିବା ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତ ଆଘାତରେ ସେ ତଳେ ପଡିଯାଇଥିଲେ । ତାଙ୍କୁ ପରିବାର ଲୋକେ ଅଚେତ ଅବସ୍ଥାରେ ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ। ମେଡିକାଲରେ ଡାକ୍ତର ଆନନ୍ଦିତା ପରିଡା ଚିକିତ୍ସା କରାଇଛନ୍ତି । ତେବେ ଚାନ୍ଦ ମହାନ୍ତିଙ୍କର ହୋଶ ଆସିନଥିବା ଖବର ମିଳିଛି ।
କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ