ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫିରିଙ୍ଗିଆ ଶଶୁର ଘରେ କୁମୁରିଗୁଡା ଜ୍ୱାଇଁର ମୃତ୍ୟୁ !

 ଫିରିଙ୍ଗିଆ ଥାନାରେ ଏତେଲା

  ଫୁଲବାଣୀ -:  ନିଜର ସ୍ତ୍ରୀ ପିଲା ଛୁଆ କୁ ଆଣିବାକୁ ଯାଇଥିବା ଜ୍ୱାଇଁର ମୃତ୍ୟୁ ଶଶୁର ଘରେ ହୋଇଥିବା ଘଟଣା ଫିରିଙ୍ଗିଆ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ସଦର ଥାନା ଅନ୍ତର୍ଗତ କୁମୁରିଗୁଡା ଗ୍ରାମର ମଦନା ଦିଗାଲ ଙ୍କର ପୁଅ ନଟବର ଦିଗାଲ ଫିରିଙ୍ଗିଆ ଗ୍ରାମର ନିଦ୍ରାବତୀ ଦିଗାଲ କୁ ବିବାହ କରିଥିଲେ। ନଟବର ଓ ତାଙ୍କ ସ୍ତ୍ରୀ ନିଦ୍ରାବତୀ ମଧ୍ୟରେ ପାରିବାରିକ ଅଶାନ୍ତି ଲାଗିରହିଥିଲା । ଏହି କାରଣ ଯୋଗୁଁ ନିଦ୍ରାବତୀ ନିଜ ପିଲାମାନଙ୍କୁ ଧରି ବାପା ଘର ଫିରିଙ୍ଗିଆ କୁ ଚାଲିଯାଇଥିଲା। ମୃତକ ନଟବର ସ୍ତ୍ରୀ ନିଦ୍ରାବତୀ ଓ ପିଲାମାନଙ୍କୁ ଆଣିବା ପାଇଁ ତା ୧୩/୭/୨୦୨୨ ରିଖ ଦିନ ଶଶୁର ଘର ଫିରିଙ୍ଗିଆ କୁ ଯାଇଥିଲା । ତା ୧୫/୭/୨୦୨୨ ରିଖ ସନ୍ଧ୍ୟାରେ ନଟବର ର ଅଚାନକ ମୃତ୍ୟୁ ହୋଇଥିବା ଘଟଣା ଯୋଗୁଁ ମୋ ପୁଅ କୁ ମାରିଦେଛନ୍ତି ବୋଲି ସନ୍ଦେହ କରି ନଟବର ମାଆ ମଦନା ଦିଗାଲ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ। ଫିରିଙ୍ଗିଆ ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ବଡ଼ ମେଡ଼ିକାଲ କୁ ପଠାଇଥିଲା। ଫିରିଙ୍ଗିଆ ପୋଲିସ ମୃତକ ର ମାଆ ମଦନା ର ଏତେଲା କୁ ଭିତ୍ତିକରି ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ପୋଷ୍ଟମୋର୍ଟାମ ରିପୋର୍ଟ ଆସିଲେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ନଟବର ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ମିନତି ଦାଶ ଙ୍କ କବିତା ବିଜୟା ଦଶମୀ

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା କାଲିର୍‌ ଭେନେଇ ଆଜିର୍‌ ଡେଢ଼୍‌ଶଶୁର

ବବି ଜୈନ୍ ଙ୍କ କବିତା କଳ୍ପନା

Sunil Chandra Nayak

Leave a Comment

error: Content is protected !!