ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଭୟ ହେଲାଣି ମୋହର

ଭୟ ହେଲାଣି ମୋହର

       (ଗୀତି କବିତା)

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

କେତେ ବରଷିବୁ ଘର ଉଜାଡ଼ିବୁ
ଲାଗୁଅଛି ତୋତେ ଡର,
ମାଟି କାନ୍ଥ ମୋର ଭୁଷୁଡି ପଡିବ
ଭୟ ହେଲାଣି ମୋହର…..(୦)
ପ୍ରଚଣ୍ଡ ତାପରେ ଜଳୁଥିଲି ବୋଲି
ତୋତେ କରିଲି ସ୍ବାଗତ
ଏବେ ଦେଖୁଅଛି ତୋ ଶ୍ରାବଣ ଧାରା
କରୁଛି ଜୀଵନ ହତ
ଭୟଙ୍କର ରୂପ କେତେ ଯେ ବିରୂପ
ଭାବୁଛି ଏହି ଅନ୍ତର…….(୧)
ଲଗାତାର ହୋଇ ବରଷୁଛୁ ତୁହି
ନ ବୁଝି ବିଚାରି କିଛି
ଜଳାର୍ଣ୍ଣବ ହେବ ଯେବେ ଏହି ଭବ
ସର୍ବନାଶ ଅଛୁ ଇଛି
ଶାନ୍ତ ରୂପ ତୋର ଧର ବାରି ମୋର
ତୁହି ଜୀଵନ ଜୀବର……(୨)
ଫସଲ ଉଜାଡି ଯେବେ ଯାଉ ମାଡ଼ି
ଜନ ଜୀବନ ସହିତ
ଅସ୍ତବ୍ୟସ୍ତ ହୋଇ ଆଶରା ନ ପାଇ
ହୃଦୟ କାନ୍ଦେ ବହୁତ
ତୋତେ ଦେଲି ରାଣ ନୀରିହ ପରାଣ
ରଖିବୁରେ ଜଳଧାର…..(୩)

ଫୁଲବାଣୀ, କନ୍ଧମାଳ

Related posts

ଶ୍ରମିକ କାର୍ଡରେ ମିଳୁ ନାହିଁ ସରକାରୀ ସହାୟତା ! ଦୁଇ ବର୍ଷ ହେଲା ବିଛଣାରେ ଶ୍ରମିକ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳିକା ,ବାଳକ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ ସପ୍ତମ ଦିବସରେ ଉଦଯାପିତ 

Sunil Chandra Nayak

ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!