ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷାରେ ଭାଙ୍ଗିଲା ଘର ଦୁଇ ପରିବାର ହନ୍ତସନ୍ତ

ପାପଡାହାଣ୍ଡି,17/7, — ଲଘୁଚାପ ଜନିତ ଲଗାଣ ବର୍ଷାରେ ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ଗଣ୍ଡଭଟ୍ଟା ଗ୍ରାମରେ ଘର ଭାଙ୍ଗି ଦୁଇ ପରିବାର ହନ୍ତସନ୍ତ ହୋଇଛନ୍ତି | ଜୟରାମ ବିନ୍ଧାଣି ଓ ଲକ୍ଷ୍ମଣ ବିନ୍ଧାଣି ସେମାନଙ୍କ ପରିବାରକୁ ନେଇ ଗୋଟିଏ ଛାତ ତଳେ ଦୁଇଙ୍କ ଘର ରହିଥିଲା | ବର୍ଷା ଯୋଗୁଁ ମାଟି କାନ୍ଥ ଭୁଶୁଡି ଯାଇଛି | ଯଦ୍ୱାରା ଉଭୟଙ୍କ ପରିବାର ଏଗାର ଜଣ ସଦସ୍ୟ ଏବେ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି | କୁଲି ମଜୁରି କଲେ ଏମାନଙ୍କ ପରିବାର ଚଳେ, ଅର୍ଥ ଅଭାବରୁ ସେମାନେ ନିଜ ଘର ସଜାଡିବାକୁ ସକ୍ଷମ ହୋଇପାରିନାହାନ୍ତି | ଶୀଘ୍ର ଉଭୟ ପରିବାରକୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇବାକୁ ସାଧାରଣରେ ଦାବି ହୋଇଛି |

ସ୍ବପ୍ନଜିତ ପଟନାୟକ, ପାପଡାହାଣ୍ଡି |

Related posts

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଦୀପର ଦୀପାବଳୀ

Sunil Chandra Nayak

ଦିବ୍ୟାଙ୍ଗ ମାନଙ୍କୁ ଟ୍ରାଇସାଇକେଲ ବଣ୍ଟନ

Sunil Chandra Nayak

କାଳ ବୈଶାଖୀ ନେଇ ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣି ଜାରି କଲା ପାଣିପାଗ ବିଭାଗ

Sunil Chandra Nayak

Leave a Comment

error: Content is protected !!