ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ପୌରାଣିକ

     ପୌରାଣିକ 

         
ସଂସାରରେ ସାର ପୌରାଣିକ କଥା
ସଂସ୍କାର ସଂସ୍କୃତି ଉଲ୍ଲସାଏ ମଥା,
ପୁରାଣରୁ ମିଳେ ଅତୀତର ଗାଥା
ଯାହାପାଇଁ ତୃପ୍ତ ସର୍ବଦା ବିଧାତା |1|
ପୁରାଣକୁ ଛାଡିଦେଲେ ନାହିଁସତ୍ତା
ପୂରଣ ଆମର ଅତୀତ ନିର୍ମାତା,
ପୁରାଣ କଢାଏ ଜନେ ଦିବ୍ୟ ପଥ
ଆଗାମୀ କାଲିର ଆମ ଚଲା ରଥ|2|
କିଥିଲା ମଣିଷ ଅତୀତ ସମୟେ
କିହୋଇଛି ଆଜି ଚାଲୁଛି ନିର୍ଭୟେ,
କେତେକେତେ କଥା ଘଟିଛି ଜଗତେ
ତର୍ଜମା କରୁଛି ସଦାହୃଦ ଗତେ |3|
ପୁରାଣ ଦେଖାଏ ମଣିଷକୁ ବାଟ
ଯାହାପାଇଁ ବସେ ମଣିଷରେ ହାଟ,
ଭଲମନ୍ଦ କଥା ବିଚାରନ୍ତି ନର
ତା’ପାଇଁ ଗଢ଼ନ୍ତି ସଂସାର ସୁନ୍ଦର |4|
କେତେ ମୁନିଋଷି ସିଦ୍ଧ ବାକ୍ୟମାନ
ମଣିଷକୁଦିଏ ସୁନ୍ଦର ସମ୍ମାନ,
ହୁଡ଼ି ଥିବା କଥା ମନରୁ ପାଶୋରି
ସୁଗମ୍ୟ ମାର୍ଗକୁ ବସନ୍ତି ଆବୋରି |5|
ପୌରାଣିକ କଥା ଅମୂଲ୍ୟ ସମ୍ପଦ
ବିପଦରୁ ଆଣି ଦିଏ ନିରାପଦ,
ପୁରାଣ ଦେଖାଏ ମାନବେ କାଞ୍ଚନ
ସୁନ୍ଦର ଉଜ୍ଜଳ ସୁବର୍ଣ୍ଣ ରତନ |6|
ତେଜେ ପ୍ରଭାକର କୋମଳେ ଚନ୍ଦ୍ରମା
ଚଉଦ ବ୍ରହ୍ମାଣ୍ଡେ ନାହିଁ ତା’ଉପମା,
ପୁରାଣରୁ ସଦା ଦିବ୍ୟସୁଧା ଝରେ
ଗୁଣିଜ୍ଞାନୀ ନିତ୍ୟସେ ସ୍ଥଳେ ଵିହରେ|7|
ପୁରାଣରୁ ସଦା ଫୁଲର ବାସନା
ମର୍ତ୍ତ୍ୟପୁରେ ଝରେ ଶୋଷେଉଚମନା
ପୌରାଣିକଗୁଣ ଜାଣେ ମହାମନା
ନୀଚଲୋକ ତହିଁ ହୋଇଥାନ୍ତି ବଣା8|
ପୂରଣକୁହୁଡି ଥିବା ଅଜ୍ଞ ଜନ
ବିପଥରେ ଗମେ ସଦା ଅନୁକ୍ଷଣ,
ନମିଳେ ତାହାକୁ କିଛି ଥଳକୂଳ
ନପାଏ କେବେସେ ପ୍ରଭୂ ଆଦିମୂଳ |
ବୋଲେ ବିଦ୍ୟାଧର ପୁରାଣକୁ ଧରି
ଚାଲଥିଲେ ମର୍ତ୍ତେ ପୂଣ୍ୟ ଯିବ ଭରି,
ପୌରାଣିକ ଆମ ଜ୍ଞାନର ସରଣୀ
ଭବୁଉଦ୍ଧରିବା ଉତ୍ତମ ତରଣୀ |10|
         

ଶ୍ରୀ ବିଦ୍ୟାଧର ମହାନ୍ତ

ତମ୍ବାହରା ,ହରିଚନ୍ଦନପୁର, କେନ୍ଦୁଝର

Related posts

ଇମାନୁଏଲ ମିନିଷ୍ଟ୍ରି ରେ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଶିଶୁ ଦିବସ ପାଳନ

Sunil Chandra Nayak

କୋଷାଗୁମୁଡା ଡ୍ରିମସ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲ ରେ ଛାତ୍ରୀ ଛିଙ୍କି ଟପର

Sunil Chandra Nayak

ଦାସିଗାଁ ପେକ୍ସ ସଭାପତି ଭାବେ ବିଶ୍ୱନାଥ କର ନିର୍ଦ୍ୱନ୍ଦରେ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!