ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘର ଭୁଶୁଡି ଦୁଇ ପରିବାର ସର୍ବସାନ୍ତ

କୋଷାଗୁମୁଡ଼ା:-୧୮/୦୭ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ବି ଏମ ସେମଳା ପାଞ୍ଚାୟତ ଅନ୍ତର୍ଗତ କେରାଣ୍ଡିମାଳ ଗ୍ରାମର କମଳଲୋଚନ ଭତ୍ରା ଓ ବଳି ଭତ୍ରା ଏହି ଦୁଇ ପରିବାରଙ୍କ ଆଜବେଷ୍ଟ ଘର ଆଜି ସକାଳ ୬ ଟା ସମୟରେ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ମିଳିଥିବା ସୂଚନା ଅନୁସାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଏହି ଦୁଇ ପରିବାର ଘରଭିତରେ ନ ରହି ଗତ ରାତିରୁ ପାଖରେ ଥିବା ଏକ କୁଡ଼ିଆ ଘରେ ଆଶ୍ରୟ ନେଇଥିବା ବଳି ଏବଂ କମଳଲୋଚନ କହିଛନ୍ତି । ମୁଦଳଧାର ବର୍ଷା ହେବା ଯୋଗୁ ଏହି ଦୁଇ ପରିବାରଙ୍କ ଘର ଆଜବେଷ୍ଟ ଓ କାନ୍ଥ ସହ ଭୁଶୁଡ଼ିଗଲା । କମଳଲୋଚନ ଭତ୍ରା ଙ୍କ ସ୍ତ୍ରୀ ପିଲାଙ୍କ ସହ ୪ଜଣ ରୋଷେଇ କୁଡ଼ିଆ ଘରେ ଅତି ଦୟନୀୟ ଅବସ୍ଥାରେ ଆଶ୍ରୟ ନେଇଛନ୍ତି । ବାସନ, ଧାନ, ଚାଉଳ,ଲୁଗାପଟା ସହ ବହୁ ଜିନିଷ ନଷ୍ଟ ହୋଇଯାଇଛି ।ବଳି ଭତ୍ରା ଙ୍କ ୬ ପ୍ରାଣୀ କୁଟୁମ୍ବ ଏମାନେ ମଧ୍ୟ ଏକ ରୋଷେଇ କୁଡ଼ିଆ ଘରେ ଆଶ୍ରୟ ନେଇଛନ୍ତି । ଏହି ଦୁଇ ପରିବାର ବହୁତବଡ଼ ଦୃଘଟଣାରୁ ବର୍ତ୍ତି ଯାଇଛନ୍ତି । ଦୁଇ ପରିବାର ଏବେ ଅସହାୟ ହୋଇ ପଡିଛନ୍ତି । ଘର ପୁଣି କିପରି ତିଆରି କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ଦୁଇ ପରିବାରକୁ ଶିଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ସଟ ସର୍କିଟ ରେ ଦୁଇ ପରିବାର ଘର ଜଳି ଯାଇ ପାଉଁଶ , ଅଳ୍ପକେ ବର୍ତିଲେ ପରିବାର ଲୋକେ , ପ୍ରଶାସନ ପକ୍ଷରୁ ସହାୟତା

Sunil Chandra Nayak

ମହାଶକ୍ତି ଫାଉଣ୍ଡେସନ ସହାୟତା ରେ ହିତାଧିକାରୀଙ୍କୁ ଦୁଇଲକ୍ଷ ଟଙ୍କାର ବୀମାରାଶୀ ପ୍ରଦାନ

Sunil Chandra Nayak

ଆନ୍ତର୍ଜାତିକ ଚିତ୍ର ଶିଳ୍ପୀ ପି .କେ. ମହାନନ୍ଦିଆ ଙ୍କ ପ୍ରେମ କାହାଣୀ। ସାଇକେଲିଆ ପ୍ରେମ

Leave a Comment

error: Content is protected !!