Uncategorizedକାଙ୍ଗାଳି ଚରଣ ସେଠୀ ଙ୍କ କବିତା ଆଇ ଲଭ ୟୁ by Sunil Chandra NayakJuly 18, 2022July 19, 20220124 Share1 ଆଇ ଲଭ ୟୁ ସଂଜ ନଇଁ ଗଲେ ସ୍ବପ୍ନ ଉତୁରେ ବିଭବରୀ ଦିଏ ହସି ଶରତ ଶିଶିରେ ଶ୍ୟାମଳ ଶୃଙ୍ଗାର ମନେ ପଡୁଥାଏ ବେଶି । ଏଣୀ ନୟନାର କଣେଇ ଚାହାଣି କିଣି ନେଉଥିଲା ମନ ଲକ୍ଷେ ନକ୍ଷତ୍ରର ନୀଳ ଜହ୍ନ ତଳେ ବିତିଥିଲା କେତେ ଦିନ । ଅଶ୍ରୁଳ ଆଶ୍ୱିନ ଶେଷ ବର୍ଷାରେ ଆମେ ଦୁହେଁ ଥିଲେ ଭିଜି ପତ୍ରଝଡ଼ା ଏ ପୌଷ ଜାଣିଚି ତୁମେ ଯାଇଥିଲ ହଜି । ଅନେକ ଦିନର ଅନ୍ତର୍ଦ୍ଧାନ ପରେ ବ୍ୟବଧାନ କେତେ ଦୁଃଖ ମିଶ୍ରମେଘର ମାନଚିତ୍ରରେ ଭସା ମେଘର ସୁଖ । କୁହୁଡି ଘେରା ଏ ମନ ଅରଣ୍ୟରେ ମୁଁ ତୁମ ଦୀପଶିଖା କାକର ଘେରା ଏ ସଜଳ ସ୍ମୃତିରେ ତୁମେ ମୋ ଇନ୍ଦୁଲେଖ। । ମୁଁ ଏଠି ତୁମର ଆହତ ଆଷାଢ଼ ତୀର ତଟିନୀର ଢେଉ ଥରିଲା ଓଠରେ ଥରଟିଏ କୁହ ଆଇ ଲଭ୍ ୟୁ ଲଭ୍ ୟୁ । କାଙ୍ଗାଳି ଚରଣ ସେଠୀ ଅବସର ପ୍ରାପ୍ତ ବରିଷ୍ଠ ଶାଖା ପରିଚାଳକ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଯାଜପୁର ରୋଡ଼