ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଅଭିମାନ

       ଅଭିମାନ 

              ଶ୍ଯାମା ପ୍ରସାଦ୍ ବୋଷ୍ 

ଅଭିମାନ ଭରା ମୋ ଦୁଃଖ ପସରା 
କାହାକୁ କହିବି ଆଉ 
ଅଭିମାନ ମୋର ଅଟଇ ନିଜର 
ଅନ୍ତରରେ ଲୁଚି ଥାଉ । 
ଜୀବନ ପ୍ରତି ମୋ ବିତୃଷ୍ଣାର ଭାବ 
ଭାଗ୍ୟ ପ୍ରତି ଅଭିମାନ 
ଅଭିମାନ ନେଇ ଜୀଉଁଛି ଜୀଇଁବି 
ଅଭିମାନେ ସ୍ବାଭିମାନ । 
ଆପଣା ଜନଟି ସ୍ବାର୍ଥ ପର ହେଲେ  
ଅଭିମାନ ମାନେ ନାହିଁ 
ଅଭିମାନ ଯଦି ଅଣଦେଖା ହେଲା
ଅଭିମାନେ ଥାଏ ଚାହିଁ । 
ଈଶ୍ବର ଙ୍କ ପ୍ରତି ଅଭିମାନ ମୋର 
ନାସ୍ତିକ ଟେ କରିଦେଲା 
ଏଡିକି କପଟି ବୁଝିଲାନି ଥରେ  
ମୋ ପାଇଁ ପାଷାଣ ହେଲା । 
ଯାହା ପାଇଁ ଆଜି ସଂସାରରେ ଏକା 
ଅଭିମାନ କରି ଥିଲି 
ମୋର ଅଭିମାନ ଅଧୁରା ରହିଲା 
ସିଏ ଗଲା ମୋତେ ଭୁଲି । 
ଅଭିମାନେ ଭରା ହୃଦୟ ବେଦନା
ଲୁହ ହୋଇ ଝରିଗଲା 
ହୃଦୟ ର କଥା ଅବ୍ୟକ୍ତ ରହିଲା 
ଦୁଃଖ ଭାର ବଢିଗଲା ।
ଅଭିମାନ କରି ଦିନ ଗଲା ସରି 
ଅଭିମାନ ବୃଥା ହେଲା 
ଅଭିମାନ ମୋର ବୁଝିଲେନି କେହି
ଅଭିମାନ ଧୋକ୍କା ଦେଲା । 
ଶ୍ଯାମା ପ୍ରସାଦ୍ ବୋଷ୍ 
ବେଗୁନିଁଆ , ମଲ୍ଲୀକ୍ ସାହି 
ଗୋପ୍ , ପୁରୀ 

Related posts

ଡୁଇଟ୍ ଡେଭିଡ ଫିଲିପ ଙ୍କ କବିତା ଦ୍ଵିତୀୟ ଦେଖା ଏକ ଗୁପ୍ତ କବିତା

Sunil Chandra Nayak

ବାଲେଶ୍ବର – ମୁନିସମାଜ ପକ୍ଷରୁ ବୃକ୍ଷରୋପଣ

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!