ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁସ୍ଥ ଅସହାୟ ମଣିଷ ର ସାହାରା ପାଲଟିଛନ୍ତି ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ

ଢେଙ୍କାନାଳ -: ଦୁଃଖୀ ରଙ୍କୀ ଓ ଅସହାୟ ବ୍ୟକ୍ତି ଙ୍କ ମୁହଁରେ ହସ ଫୁଟେଇ ଜନ ମଙ୍ଗଳ ଓ ସାମାଜ ସେବା ରେ ନିଜକୁ ନିୟୋଜିତ କରିଥିବା ଜନ ପ୍ରତିନିଧି ଙ୍କ ଭିତରୁ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ ଅନ୍ୟତମ।ଏଇ କେତେ ଦିନ ହେବ ସେ ଦୁସ୍ଥ ଅସହାୟ ମଣିଷ ର ସାହାରା ପାଲଟି ଯାଇଛନ୍ତି ।

ଆଜି ସେଇପରି ଏକ ଚିତ୍ର ଦେଖିବାକୁ ମିଳିଛି ବ୍ଲକ୍ କାର୍ଯ୍ୟାଳୟ ରେ। ବାଉଁଶ ପୋଖରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆ କୋଟ ଗାଆଁ ର ଜନୈକା ମହିଳା ଯାହାଙ୍କ ନାମ ମାଟିଆଣି ନାଏକ, ଦୀର୍ଘ ଦିନ ରୁ ଦୁଇ ଗୋଡ଼ ଅଚଳ ହୋଇ ପଡି ଵାରୁ ସେ ଠିକ୍ ଭାବେ ଚଲା ବୁଲା ତଥା ଦୈନଦିନ କାମ କରି ପାରୁ ନାହାନ୍ତି। ଅଭାବ ଅନାଟନ ରେ ସେ ଜୀବନ ଅତିବାହିତ କରୁଛନ୍ତି। ତାଙ୍କର ଗୋଟିଏ ଅବିବାହିତ ତଥା ରୋଗାକ୍ରାନ୍ତ ଝିଅ ଟିଏ ମଧ୍ୟ ରହିଛି।ଏହି ଅଭାବନୀୟ ଚିତ୍ର ଟି ସସ୍ମିତା ଙ୍କ ଆଖି ରେ ପଡ଼ିବାରୁ ତାଙ୍କୁ ସାହାର୍ଯ୍ୟ ର ହାତ ବଢ଼େଇଛନ୍ତି ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ।ଏହି ପରିପ୍ରେକ୍ଷୀରେ ABDO ଅଶୋକ କୁମାର ମିଶ୍ର,GPEO ଧନେଶ୍ଵର କିଶନ ଙ୍କ ଉପସ୍ଥିତି ରେ ତାଙ୍କୁ ଏକ wheel chair ପ୍ରଦାନ କରାଯାଇଅଛି।ଏହି ପରି ମହାନତା କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲ ରୁ ପ୍ରଶଂସା ଓ ଶୁଭେଛା ର ସୁଅ ଛୁଟି ଚାଲିଛି।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

 

Related posts

ଶ୍ରମିକଙ୍କ ପାଇଁ ଖୁସି ଖବର ,  ସର୍ବନିମ୍ନ ମଜୁରୀ ପରିମାଣକୁ ବୃଦ୍ଧି କଲେ ରାଜ୍ୟ ସରକାର

Sunil Chandra Nayak

ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ କମିଟି ଗୋଲାମୁଣ୍ଡା ପକ୍ଷରୁ ବିଡ଼ିଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

Leave a Comment

error: Content is protected !!