ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ରେ ବୃକ୍ଷ ରୋପଣ

ଚନ୍ଦାହାଣ୍ଡି – =(29/7 )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଝରୀଗାଁ ବନାଞ୍ଚଳ ସୌଜନ୍ୟରେ ଚନ୍ଦାହାଣ୍ଡି ବନବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ମହାବିଦ୍ୟାଳୟ ଅଧ୍ୟକ୍ଷ ଦ୍ୱାରିକା ନାଥ ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଝରୀଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ସଂମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ବର୍ଷାରାଣୀ ପଟେଲ ସାମାଜିକ କର୍ମୀ ଗୌରହରି ନାୟକ ,ବନପାଳ ପ୍ରଦୀପ୍ତ କୁମାର ଦାଶ, ଅଧ୍ୟାପକ ବିସିକେଶନ ପାଢ଼ୀ, ଅନିଲ କୁମାର ପୃଷ୍ଟି,ଡ଼.ଦିଲୀପ କୁମାର ଲେଙ୍କା,ଟ୍ରେନିଂ ଅଫିସର ମାନଗୋବିନ୍ଦ ବାଗ, ଆମ ଜଙ୍ଗଲ ଯୋଜନା (ଡିଓ ) ଦେବିସିଂ ଖରସେଲ, କମଲସିଂ ସାନ୍ତା, ପ୍ରମୁଖ ଯୋଗ ଦେଇ ପଣସ, ଆମ୍ବ, ଶିଶୁ, ଜାମୁକୋଳି, ଅଁଳl , ବେଲ, ,ଚନ୍ଦନ ସହ ବିଭିନ୍ନ ଔଷଧୀଅ ବୃକ୍ଷ ଏକହଜାର ରୁ ଉର୍ଦ୍ଧ ରୋପଣ କରିଥିଲେ l ସଚେତନତା ସଭାରେ ଅତିଥି ମାନେ ବୃକ୍ଷ ରୋପଣ ର ଆବଶ୍ୟକତା ଓ ତାର ଯତ୍ନ ସମ୍ବନ୍ଧରେ ଆଲୋକପାତ କରିଥିଲେ l ନିଜ ଦୈନନ୍ଦିନ ଜୀବନରେ ହେଉ କିମ୍ବା ଆଗାମୀ ପିଢ଼ି ପାଇଁ ସ୍ୱଚ୍ଛ ଅମ୍ଳଜାନ ନିମନ୍ତେ ବୃକ୍ଷ ରୋପଣର ବିକଳ୍ପ ଆଉ କିଛିନାହିଁ ବୋଲି ମତ ପ୍ରକାଶ କରିଥିଲେ l ଏହାପରେ ବିଭିନ୍ନ ଖୋଲା ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ କୁ ପୁର୍ଣସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଫରେଷ୍ଟ ଗାର୍ଡ ପରେଶ ବିଶୋଇ,ପାରାଗାର୍ଡ ମହମ୍ମଦ ଫାରୁକ, କଲେଜ ଛାତ୍ରୀଛାତ୍ର ପ୍ରମୁଖ ସହଯୋଗ କରିଥିଲେ l ଦିଲୀପ

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ଲଲାଟ ଲିଖନ

Sunil Chandra Nayak

ଗୌତମ କଚିମ ଙ୍କ କବିତା ଲଲାଟ ଲିଖନ

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!