ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଉପରେ ମରଣାନ୍ତକ ଆକ୍ରମଣ କୁ ନେଇ କଳାହାଣ୍ଡି ସାମ୍ବାଦିକ ଙ୍କ ଉଦବେଗ ପ୍ରକାଶ ପାଇଛି। ଏନେଇ ଆଜି ଧର୍ମଗଡ଼ ଓ ଜୁନାଗଡ଼ ଅଞ୍ଚଳର ବହୁ ସାମ୍ବାଦିକ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଭେଟି ସଂପୃକ୍ତ ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢରୁ ଅତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ,ସାମ୍ବାଦିକ ଶ୍ରୀ ପଣ୍ଡା ଜୁନାଗଡ଼ର ଏକ ଔଷଧ ଦୋକାନକୁ ଯାଇଥିବା ସମୟରେ ଜଣେ ମଦ୍ୟପ ଅସାମାଜିକ ଯୁବକ କୋଣସି କାରଣ ନଥାଇ ତାଙ୍କୁ ହଠାତ ଆକ୍ରମଣ କରିଥିଲେ। ଅତର୍କିତ ଆକ୍ରମଣ ରେ ସାମ୍ବାଦିକ ପଣ୍ଡା ଗୁରୁତର ଭାବେ ଆହତ ହୋଇଥିଲେ। ଏସମ୍ପର୍କରେ ଜୁନାଗଡ଼ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା।ପୋଲିସ ସଂପୃକ୍ତ ଯୁବକ କୁ ଗିରଫ କରି ଧର୍ମଗଡ଼ କୋର୍ଟ ଚାଲାଣ କରିଥିବା ବେଳେ ତାକୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି। ସଂପୃକ୍ତ ଆକ୍ରମଣକାରି ବିରୁଦ୍ଧରେ ଏହା ପୂର୍ବରୁ ଏକାଧିକ ମାମଲା ରହିଛି। ତେଣୁ ଜଣେ ନିୟମିତ ଅପରାଧି ବିରୁଦ୍ଧରେ ଯେଉଁ ଭଲି ସଙ୍ଗୀନ ଦଫା ଲାଗିବା କଥା ତାହା ଲଗାଇବା ପାଇଁ ସାମ୍ବାଦିକ ମାନେ ଦାବି କରି ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର ଙ୍କୁ ସାମ୍ବାଦିକ ଵିଦ୍ୟାଧର ସାହୁ, ହିମାଂଶୁ ଶେଖର ବରାଡ଼, ବିରଞ୍ଚି ଜାଲ, ସନ୍ତୋଷ ସିଂଦେଓ, ଇଙ୍ଗିତ ପଣ୍ଡା,ରଜନୀ କାନ୍ତ ମିଶ୍ର, ଅଂଶୁମାନ ପାତ୍ର, ବୈଦ୍ୟନାଥ ବେହେରା,ସୁଶାନ୍ତ ଦଳେଇ, ଲକ୍ଷ୍ୟ ଜ୍ୟୋତି ଜାଲ, ବିଶ୍ୱରଂଜନ ପାତ୍ର, ଚନ୍ଦ୍ର ଲହଜଲ, ସୌମ୍ୟ ରଞ୍ଜନ ଅଗସ୍ତି, ଲକ୍ଷ୍ମୀକାନ୍ତ ଧଙ୍ଗଡ଼ାମାଝୀ , ହେମନ୍ତ ମାଝୀ,ବାଳକୃଷ୍ଣ ନାଏକ, ଓ ଅନ୍ୟ ମାନେ ଦାବୀ ପତ୍ରପ୍ରଦାନ କରିଛନ୍ତି।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

Related posts

ବିଭିନ୍ନ ଦାବୀ କୁ ଅଣଦେଖା: ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ତିନି ସଂଗଠନ ତରଫରୁ ଗଣ ଧାରଣା ନୋଟିସ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ପଙ୍କ ପଦୁଅଁ

Sunil Chandra Nayak

ନବୀନ ନିବାସରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ମନ୍ତ୍ରୀ,ସାଙ୍ଗଠନିକ ଦାୟିତ୍ୱ ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Leave a Comment

error: Content is protected !!