ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବନିର୍ବାଚିତ ରାଷ୍ଟ୍ରପତି ଫଳା ଫଳକୁ ନେଇ ମୋଟଙ୍ଗା ମଣ୍ଡଳରେ ବିଜୟ ଉତ୍ସବ ପାଳିତ 

ଢେ଼ଙ୍କାନାଳ :ଆଜି ପୂର୍ବାହ୍ନ ରେ ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଥିଲା | ଶାସକ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରା ଯାଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିହ୍ନା ଙ୍କୁ ପ୍ରାର୍ଥୀ କରାଯାଇଥିଲା |ଏଥିରେ ଶ୍ରୀମତୀ ମୁର୍ମୁ ବିଜୟୀ ଲାଭ କରିଥିଲେ | ଓଡ଼ିଶାର ଅଧ୍ୟୁଷିତ ଆଦିବାସୀ ଅଂଚଳର ଶ୍ରୀମତୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ଓଡ଼ିଶାର ଜନସାଧାରଣ ଗର୍ବିତ | ପୁର,ରୁ ପଲ୍ଲୀ ପଲ୍ଲୀ ରୁ ଦିଲ୍ଲୀ ସବୁଠି ଏନଡିଏ କିମ୍ବା ସାଧାରଣ ଜନତାଙ୍କ ପକ୍ଷରୁ ବିଜୟ ଉତ୍ସବ ପାଳିତ ହେଉଅଛି | ଦେବାନନ୍ଦ ବେହେରା ଙ୍କ ନେତୃତ୍ୱରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡାପଡ଼ା ବ୍ଲକ ମୋଟଙ୍ଗା ମଣ୍ଡଳ ତରଫରୁ ମାନପୁର ଛକ ଠାରେ ମଣ୍ଡଳ ବିଜେପି ଓ ସାଧାରଣ ଜନତାଙ୍କ ତରଫରୁ ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଜିତିବା ପରେ ବାଦ୍ୟ, ବିଭିନ୍ନ ପ୍ରକାରର ବାଣ ଓ ମିଷ୍ଠାନ୍ନ ବଣ୍ଟନ କରାଯାଇ ବିଜୟ ଉତ୍ସବକୁ ଧୁମ ଧାମରେ ପାଳନ କରାଯାଇ ଥିଲା | ଏହି ବିଜୟ ଉତ୍ସବ ରେ ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସବିତା ନାଏକ, ମଣ୍ଡଳ ର ସାଧାରଣ ସମ୍ପାଦକ ବିଷ୍ଣୁ ଚରଣ ସାହୁ, ଶରତ ଚନ୍ଦ୍ର ରାଉତ, ବାସୁଦେବ ରାଉତ, ରାମ ଚନ୍ଦ୍ର ମହାନ୍ତି, ସୁଶାନ୍ତ ରାଉତ, ସୁଜିତ ବେହେରା, ଦୁର୍ଯ୍ୟୋଧନ ବେହେରା, ସୁଶାନ୍ତ ରାଉତ, ବାଲୁଙ୍କେଶ୍ୱର ଗୋଛାୟତ ଙ୍କ ସହ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ପ୍ରଶାସନିକ ଉଦାସୀନତା ଯୋଗୁଁ ସାପୁଆ ଙ୍କ ଦୁର୍ଦଶା

Sunil Chandra Nayak

ଭୁବନରେ ତ୍ରୀରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରୂପାଙ୍ଗନା ଋତୁମତି

Leave a Comment

error: Content is protected !!