ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମିଳନ

ମିଳନ

ନଳିନୀ ପ୍ରଭା ମିଶ୍ର

ମିଳନର ସତ୍ତା ଧରି ଭାବ ବତ୍ତା
  ଧରଣୀ ରାଣୀ ଟି ହସେ
ଶାଶ୍ବତ ପ୍ରେମର ଅପୂର୍ବ ରାଗିଣୀ
  ପ୍ରତି ମାନସ ରୁ ଆସେ।
ଭୂମି ଠାରୁ ଭୂମା ପରି ବ୍ୟାପ୍ତ
  ସୀମା ମିଳନର କଥା କହେ
ଦୂର ଦିଗବଳୟରେ ସାଗର ଆକାଶ
  ପ୍ରତି ମାନସ କୁ ମୋହେ।
ମିଳନ ପରଶ ଭରି ଦିବ୍ୟ ରସ
  ପ୍ରଭାତ ରବି କିରଣ
ପତିତ ପଦ୍ମିନୀ ମନ ଆହ୍ଲାଦ ରେ
    ନେତ୍ର କରେ ଉନ୍ମୀଳନ।
ବିରହୀ ବିଚ୍ଛେଦ ପ୍ରେମର ମିଳନ
    ଐକାନ୍ତିକ ଭାବ ଧରି
ମହା ମିଳନର ଅପୁର୍ବ ଉଚ୍ଛ୍ୱାସ
 ହୂଦଯରୁ ଆସେ ଝରି।
ଉଛୁଳା ତଟିନୀ ସାଗର ସଙ୍ଗମ
  ଲକ୍ଷ୍ୟ ପଥେ ତା’ ଧାବ
ମିଳନ ହିଁ ସେତୁ ଦୁଇଟି ମଧ୍ୟରେ
   ବଢାଏ ତାହାର ଭାବ।
ମିଳନର ବିନା ଅଛି କି! ସମ୍ଭବ
  ଏହି ଜଗତର‌ ସ୍ଥିତି।
ବିଚ୍ଛେଦ ମିଳନ ଏକ ପରେ ଅନ୍ୟ
  ଚିରନ୍ତନ ଏହି ରୀତି।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

Related posts

ଖାଇବା ତେଲ ପରେ ଏବେ ମିଳିବ ଶସ୍ତା ଚିନି

ସହଦେଵ ବେହେରା ଙ୍କ କବିତା – ସଞ୍ଚୟ

Sunil Chandra Nayak

ଢେଙ୍କାନାଳ NH-55 ବଳଦିଆବନ୍ଧ ଗ୍ରାମରୁ ୪୨ ଗ୍ରାମ୍ ବ୍ରାଉନ୍‌ ସୁଗାର ଜବତ

Sunil Chandra Nayak

Leave a Comment

error: Content is protected !!