ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁନା ସେଠୀ ଙ୍କ କବିତା ହସି ଉଠିଲା ଏ ଓଡିଶା ମାଟି

ହସି ଉଠିଲା ଏ ଓଡିଶା ମାଟି

କୁନା ସେଠୀ

କଳା ଶ୍ରେଷ୍ଟ ଏଇ ଉତ୍କଳ ଆମର
ପରିଚିତ ପୁଣି ସାରା ଦେଶରେ
ରାଷ୍ଟ୍ରପତି ପଦେ ବସିଲେ ଦ୍ରୌପଦୀ
ଚିହ୍ନିଲା ବିଶ୍ୱ ଯେ ନୁଆଁ ରୂପରେ ।
ଏଇ ମାଟି ପରା ବୀର ପ୍ରସବିନି
ଇତିହାସ କହେ ଯୁଗେ ଯୁଗେରେ
ବୀର ବିରଙ୍ଗନା ଏ ମାଟିର ଗର୍ବ
ବାଟ ଚାଲିଥାନ୍ତି ଯୋଦ୍ଧା ବେଶରେ ।
ଓଡ଼ିଆ ଜାତିର ଇତିହାସେ ପରା
ରହିଛି ରହିବ ଉଚ୍ଚ ଆସନେ
ରାଷ୍ଟ୍ରପତି ସାଜି ଦ୍ରୌପଦୀ ଯେ ଆଜି
ରଖିଲେ ସମ୍ମାନ ନେତା ବେଶରେ ।
ଜଗନ୍ନାଥ ଧାମ ରୂପେ ପରିଚିତ
ଏଇ ସେ ଓଡିଶା ସାରା ବିଶ୍ୱରେ
ରାଷ୍ଟ୍ରପତି ମାଟି ହୋଇବ ଚିହ୍ନିତ
ଗାଇବ ଭାରତ ତାର ନାମରେ ।
ବିଶ୍ୱର ଏଇ ଯେ ବଡ଼ ଗଣତନ୍ତ୍ର
ଭାରତ ବରଷ ନାମରେ ଉଭା
ଏଇ ମାଟିର ଯେ ରାଷ୍ଟ୍ରପତି ଭାବେ
ଦ୍ରୌପଦୀ ପରା ହୋଇଲେ ଉଭା ।
ହସିବ ଓଡିଶା ହସିବ ଏ ମାଟି
ପାଇବ ସମ୍ମାନ ସାରା ବିଶ୍ୱରେ
ଓଡ଼ିଶାର ଝିଅ ରାଷ୍ଟ୍ରପତି ହୋଇ
ରଖିଲା ସମ୍ମାନ ଏଇ ମାଟିରେ ।

ଭୁତସରସିଙ୍ଗି, ଗଂଜାମ

Related posts

ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରେ ପଞ୍ଜାବ ନେସନାଲ ବ୍ୟାଙ୍କ୍ ଓ ସଂଜୀବନୀ ବିକାଶ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଗ୍ରାହକ ସେବାକେନ୍ଦ୍ର ଉଦଘାଟିତ

Sunil Chandra Nayak

ଶ୍ରୀ ଭ୍ରମର ବାଗ ଙ୍କ କବିତା ଆଇଛେ ନୁଆଁଖାଇ

Sunil Chandra Nayak

ସରସ୍ଵତୀ ଶିଶୁ ମନ୍ଦିର ରେ ଅଭିଭାବକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!