ନୂଆପଡା-
ନୂଆପଡା ଜିଲ୍ଲା ସୁରକ୍ଷା ବଳକୁ ଏକ ବଡ ସଫଳତା ମିଲିଛି । କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାଂପ ଠାବ ହୋଇ ଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରା ଯାଇଛି ।
ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଳରେ ଗତ କାଲି ଡିଭିଏଫ,ଏସଓଜି ଓ ସିଆରପିଏଫର ମିଳିତ କୁମ୍ବିଂ କରା ଯାଇ ଥିଲା । ଆଜି ସକାଳ ୮ ଟାରେ କୋକଟିଆମ ଗାଁ ପାଖରୁ ଏକ ମାଓ କ୍ୟାଂପ ଠାବ କରା ଯାଇ ଥିଲା । ଏ କ୍ୟାଂପରୁ ୧୦ କିଲୋଗ୍ରାମ ଓଜନର ୨ଟି ଟିଫିନ ବମ୍ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରା ଯାଇଛି । ଏବେ ମଧ୍ୟ କୁମ୍ବିଂ ଜାରି ରହି ଥିବା ନୂଆପଡା ଏସପି ଜଣାଇଛନ୍ତି ।(ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ )