ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଷିଙ୍କ ଉତ୍କଟ ସମସ୍ୟା ନେଇ ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦର ବିକ୍ଷୋଭ ପ୍ରଦର୍ଶନ

ନୂଆପଡ଼ା -:   ଶୁକ୍ରବାର ଦିନ ଜୟକିଷାନ ମଜଦୂର ସଂଗ୍ରାମ ପରିଷଦ ର ଆବାହକ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଜିଲ୍ଲାରେ ଚାଷୀମାନଙ୍କ ଦେଖାଦେଇଥିବା ବିଭିନ୍ନ ଉତ୍କଟ ସମସ୍ୟା ଉପରେ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଛଅ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।ନୂଆପଡା ଜିଲ୍ଲାରେ ଚାଷୀମାନଙ୍କ ସମସ୍ୟା ର ଅନ୍ତ ହେଉନାହିଁ,ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ,ଆନ୍ଦୋଳନ ତଥା ଆଲୋଚନା ର କୌଣସି ସୁଫଳ ମିଳୁନାହିଁ,ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଚାଷୀ ବିରୋଧୀ ଅଟେ,ଜିଲ୍ଲାରେ ଚାଷୀ ମେଧ ଯଜ୍ଞ ଚାଲିଛି କହି ଚାଷୀ ନେତା ଶ୍ରୀ ପାଣିଗ୍ରାହୀ ଗଭୀର କ୍ଷୋଭ ପ୍ରକାଶ ସହିତ ଅସନ୍ତୋଷ ଜାହିର କରିଛନ୍ତି। ସମଗ୍ର ଜିଲ୍ଲାରେ ସାର ର କୁତ୍ରିମ ଅଭାବ ସୃଷ୍ଟି କରାଯାଇଛି।ବ୍ୟବସାୟୀ ମାନେ କଳା ବଜାରୀ କରି ବହୁ ଚଢା ଦର ର ବିକ୍ରି କରି ଚାଷୀ ଙ୍କୁ ପ୍ରଚୁର ମାତ୍ର ରେ ଶୋଷଣ କରୁଛନ୍ତି।ସମବାୟ ବିଭାଗ ସୋସାଇଟି ମାନଙ୍କରେ ଚାଷୀ ବସ୍ତାଏ ସାର ପାଇଁ ସକାଳୁ ରାତି ପର୍ଯ୍ୟନ୍ତ ଲମ୍ବା ଧାଡ଼ି ସହିତ ଭିଡ଼ ଜମେଇଛନ୍ତି।ଘରୋଇ ଡିଲର ଙ୍କୁ ଅଧିକ ଓ ସୋସାଇଟି ମାନଙ୍କୁ କମ ସାର ଆବଣ୍ଟନ କାହା ସ୍ୱାର୍ଥ ରେ କରାଯାଇଛି।ପୁଣି ଘରୋଇ ଡିଲର ମାନେ ସାର ସହିତ ଅନ୍ୟାନ୍ୟ ପଦାର୍ଥ କୁ କିଣିବା ପାଇଁ ଚାଷୀ ଙ୍କୁ ବାଧ୍ୟ କରୁଛନ୍ତି।ହଜାର ହଜାର ହେକ୍ଟର ଫସଲ ନଷ୍ଟ ହୋଇଥିବା ରିପୋର୍ଟ ସରକାର ପାଖରେ ରିପୋର୍ଟ ଥିଲେ ମଧ୍ୟ ପ୍ରଭାବିତ ପଞ୍ଚାୟତ ଗୁଡିକୁ ବର୍ତ୍ତମାନ ସୁଦ୍ଧା ମରୁଡି ଘୋଷଣା କରାଯାଇନାହିଁ।୨୦୧୭ରୁ ୨୦୨୧ ମଧ୍ୟରେ ଅନେକ ଚାଷୀଙ୍କ ଫସଲ ବୀମା ଅର୍ଥ ପୈଠ ହୋଇନାହିଁ।ଉଠା ଜଳସେଚନ ବିଭାଗରେ ଅର୍ଥ ପୈଠ କରି ବର୍ଷ ବର୍ଷ ଧରି ଚାଷୀ ନଳକୂପ ଖନନ ଅପେକ୍ଷା ରେ ଅଛନ୍ତି।ଗତ ରବିଧାନ ମଣ୍ଡିରେ ଅସାଧୁ ମିଲ ମାଲିକ,ପେକ୍ସ ଓ ଯୋଗାଣ ବିଭାଗ କର୍ମଚାରୀ ଙ୍କ ମିଳିତ ଷଡଯନ୍ତ୍ର ରେ ମଣ୍ଡି ପରିଚାଳନା ରେ ବ୍ୟାପକ ଅବ୍ୟବସ୍ଥା ଓ ଶୋଷଣ ର ଅଭିଯୋଗ କରାଯାଇଥିଲେ ମଧ୍ୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ତଥା ମଣ୍ଡିରୁ ମିଲ ପଏଣ୍ଟ କୁ ଚାଷୀ ପରିବହନ କରିଥବା ଗାଡି ଭଡା ପ୍ରଦାନ କରାଯାଇନାହିଁ।ଜିଲ୍ଳା ର ବିଭିନ୍ନ ସ୍ଥାନରେ ବିହନ ଧାନ ଗଜା ନ ହେବାର ଅଭିଯୋଗ ଶୁଣିଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କିଛି ନାହିଁ।ଜିଲ୍ଲାପାଳ ଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଦାବୀ ପତ୍ର ପ୍ରଦାନ କରିବା ସହିତ ଦୀର୍ଘ ସମୟ ଜିଲ୍ଲାର ଚାଷୀମାନଙ୍କ ପ୍ରମୁଖ ସମସ୍ୟା ଉପରେ ଚର୍ଚ୍ଚା ଆଲୋଚନା କରାହୋଇଥିଲା। ଏ ସମସ୍ତ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ ସହିତ ଜିଲ୍ଳା ପ୍ରଶାସନ କୁ ଅଚଳ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି ଏହି କାର୍ଯ୍ୟକ୍ରମ ରେ ଭକ୍ତବନ୍ଧୁ ଧରୁଆ, ସୁଖଦେବ ସାହୁ, ଜ୍ଞାନରଞ୍ଜନ ସାହୁ, ଜ୍ଞାନେଶ୍ୱର ବାଗ, ଅନିରୁଦ୍ଧ ନାଗ, ଭରତ ମାଝୀ,ଈଶ୍ୱର ଶବର,ଜ୍ୟୋତିପ୍ରକାଶ ବିଶି, ବାବୁଲାଲ ମାଝୀ, ଶଙ୍କର ଅହୀର, କଲ୍ୟାଣ ଅହୀରପ୍ରମୁଖ ସାମିଲ ହୋଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଖଡ଼ିଆଳ ପୌର ପରିଷଦ ଅଧକ୍ଷ ରୂପେ ଉଜ୍ଜ୍ୱଳ ଗୁପ୍ତା ନେଲେ ଦାୟିତ୍ବ

Sunil Chandra Nayak

ସରକାର ଙ୍କ ବର୍ଷାଜଳ ସଂରକ୍ଷଣ ଚିନ୍ତା

Sunil Chandra Nayak

ସଦଜ୍ଞାନ ଜାଗୃତି ସେବାଶ୍ରମ ତଳତାପଣ୍ତାରେ ଯୋଗ ଦିବସ

Sunil Chandra Nayak

Leave a Comment

error: Content is protected !!