ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ପ୍ରାର୍ଥନା

   ପ୍ରାର୍ଥନା

ଉପେନ୍ଦ୍ର କୁମାର ବସ୍ତିଆ

   
କିଏ ପଛେ ମୋର ନ ଥାଉ ପଛରେ 
     ଏକା ଅଛ ତୁମେ ମୋର 
କିଏ ପଛେ ମୋତେ ନ କରୁ ଆଦର 
    ମହାବାହୁ ସାହାଯାର ।
ଯିଏ ଯେତେ ନିନ୍ଦା କରୁଥାଉ ପଛେ 
      ମୁଁ କିଛି ଭାବିବି ନାହିଁ 
ନିନ୍ଦା ବା ପ୍ରଶଂସା ମୋ ପାଖେ ସମାନ 
    ସବୁରେ କାଳିଆ ସାଇଁ । 
ତୁମେ ଧରିଥିଲେ ମୋହରି ହାତକୁ  
    କାହାକୁ ନ ଥିବ ଡର 
ଯାହାର ନାମକୁ ଶୁଣିବା ମାତ୍ରକେ 
    ଯମ ହୁଏ ଥର ହର ।
ସେହି ନାମ ଗାଇ ସେହି ନାମ ଧ୍ୟାୟୀ 
    ସଂସାରୁ ହୋଇବି ପାର
ତୁମେ ମୋ ରକ୍ଷକ ତୁମେ ମୋ ଭକ୍ଷକ 
    ତୁମେ ମୋର ପ୍ରାଣେଶ୍ୱର ।

      ରାଉରକେଲା

Related posts

ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସାମୂହିକ ତିଳ ତର୍ପଣ

Sunil Chandra Nayak

କନକ ନିଆଲ ସନ୍ଦେହଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଜୋର ଧରିଲା, ରାସ୍ତାକୁ ଓହ୍ଲାଇଲା ବହୁଜନ ଜଷ୍ଟିସ୍ ଫୋରମ୍

Sunil Chandra Nayak

ରିତୟନି ଆଇଟିଆଇରେ ଛାତ୍ରଙ୍କୁ ମାଡ଼ ଓ ଶିକ୍ଷାଦାନ ଅନିୟମିତତା ନେଇ ମୟୁରଭଞ୍ଜ ବନ୍ଦ

Sunil Chandra Nayak

Leave a Comment

error: Content is protected !!