ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ସଂଧ୍ୟାଦୀପ

ସଂଧ୍ୟାଦୀପ

   

ଜ୍ୟୋତ୍ସ୍ନା ରାଣୀ ଦେବୀ

ସଂଧ୍ୟାଦୀପ ମୁଁ ଜଳୁଛି ମୁଗ୍ଧ ଗୋଧୂଳିରେ
ବିଦାୟ ସଂଗୀତ ଗାଇ ତପନେ ସଧୀରେ
ମେଲାଣି ଦେଇ ସ୍ଵାଗତ କରଇ ରଜନୀ
ତାରାଫୁଲ ସ୍ଵାଗତରେ ହର୍ଷିତା ଧରଣୀ ।
ଚନ୍ଦ୍ରମା ଆସଇ ଦେଖି ମୋର ଦୀପ୍ତାଲୋକ
ସ୍ମିତହାସ୍ୟ ଦେଉଥାଏ ଧରାରୁ ଦ୍ୟୁଲୋକ
ବିଧୁରବି କରୁଥାନ୍ତି ଶୂନ୍ୟେ ରାଜପଣ
ମୁଁ ଚାହେଁନି ହେବାପାଇଁ ତାଙ୍କରି ସମାନ ।
ସଞ୍ଜବେଳେ ସନ୍ଧିକାଳେ ନ ଥାନ୍ତି ସେମାନେ
ଅନ୍ଧକାର ନାଶେ ମୁହିଁ ଆଲୋକର ଦାନେ 
ମୋତେ ବି ଖୋଜନ୍ତି ସର୍ବେ ଭବ୍ୟ ପୂଜାସରେ
ପବିତ୍ର ମୁଁ ପୂଣ୍ୟଦେହୀ ଏହି ଭବତୀରେ ।
ନିନ୍ଦେନାହିଁ ମୋ ଜନମ ନିନ୍ଦେନାହିଁ ଭାଗ୍ୟ
କର୍ମ ମୋର ତମ ନାଶେ ହୋଇଅଛି ଯୋଗ୍ୟ
ସୂର୍ଯ୍ୟଚନ୍ଦ୍ର ସାଥେ କେଵେ ମୁଁ ଯେ ପ୍ରତିବାଦୀ
ହୋଇନାହିଁ ନ ହୋଇବି ମମ ଲକ୍ଷ୍ୟ ଛେଦି ।
ପ୍ରତି ସୃଷ୍ଟି ଅତୁଳ ଯେ ପ୍ରତିଟି ଦୁର୍ଲ୍ଲଭ
ଝରାଇବି ବାସ ଆଉ ସରଜିବି ଭାବ
ନିଜର ଶକତି ଆଉ ନିଜ ସ୍ଵାଭିମାନ
ନେଇ ମୁଁ ଦେଖିବି ନିତି ସୁନ୍ଦର ସପନ ।
ବ୍ରହ୍ମପୁର, ଗଂଜାମ

Related posts

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମହର୍ଷୀ’ର ଟ୍ରେଲର ରିଲିଜ୍

Sunil Chandra Nayak

ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

Sunil Chandra Nayak

ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!