ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଲ ନିର୍ମାଣରେ ବିଳମ୍ବ, ଭୟଭିତ ଅବସ୍ଥାରେ ନଦୀ କୁଳିଆ ଗ୍ରାମବାସୀ

ବାଲେଶ୍ଵର,୨୩/୭/୨୨- ଜଳବାୟୁ ପରିବର୍ତ୍ତନ ହେବା ସହିତ ଲଘୁଚାପ ବର୍ଷା ଲଗାତାର ଲାଗି ରହିଛି । ଖରସ୍ରୋତା ଓ ଜଳକା ନଦୀର ଜଳ ସ୍ତର ବଢିବାରେ ଲାଗୁଛି । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତରେ ମଥାନୀ ଛକ ଓ ସାନଖୁଡି ଠାରେ ଦୁଇଟି ପୋଲ ନିର୍ମାଣ କାର୍ଯ୍ଯ ଦୀର୍ଘ ଦୁଇବର୍ଷରୁ ଉର୍ଦ୍ଧ ଦିନଧରି ମନ୍ଥର ଗତିରେ ଚାଲିଛି । ଯାହାଫଳରେ ମୂର୍ତ୍ତିକା କ୍ଷୟ ହେବା ସହିତ ଦୁଇଟି ସ୍ଥାନରେ ନଦୀକୁ ମାଟି ପକାଇ ଆକଟକରି ଗୋଟିଏ ପଟ ଦେଇ କେନାଲ କରି ପାଣି ନିସ୍କାସନ କରା ଯାଉଛି । ଫଳରେ ମୟୂରଭଞ୍ଜ ଜିଲ୍ଲାରୁ ଲଘୁଚାପ ଜନିତ ବର୍ଷାପାଣି ଏହି ଜଳକା ନଦୀରେ ପ୍ରବାହିତ ହେବା ଫଳରେ ନଦୀର ଦୁଇପାର୍ଶ୍ବର ଭେଡି ବନ୍ଧରୁ ସ୍ଥାନେ ସ୍ଥାନେ ଅତଡା ଖସିବା ଫଳରେ ବର୍ଷାପାଣି ଗାଁଗଣ୍ତାରେ ପଶି ବହୁ ଧନ ଜିବନ ନଷ୍ଟ କରିବ ବୋଲି ଗ୍ରାମବାସୀଙ୍କ ମଧ୍ଯରେ ଭୟର ବାତା ବରଣ ସୃଷ୍ଟି ହୋଇଛି । ତେବେ ଦୁଇ ବର୍ଷରୁ ଉର୍ଦ୍ଧ ଧରି ନିର୍ମାଣଧିନ ପୋଲ କାର୍ଯ୍ଯ ମନ୍ଥର ଗତିରେ କାର୍ଯ୍ଯ ହେବାଫଳରେ ବନ୍ଯା ଆସିଲେ ବାହାର୍ଦ୍ଦା ପଞ୍ଚାୟତର ମେଳକ, ତାପଣ୍ତା, ପେଗରପଡା, ଧଳସାହି, ଚନ୍ଦନସିଆ, ମଥାନୀ, ସାମଲ ସାହି, ମଥାନୀ ପଞ୍ଚାୟତର, ସାନଖୁଡି, ଶିବଗତିଆ, ଲକ୍ଷ୍ମଣାପଡା, ଧାନହଣ୍ତା, ତିଡିରିଆବଡଖୁଡି, ସାନଖୁଡି ହରିଜନ ସାହି ଗୁଡିକ ଜଳମଗ୍ନ ହେବା ସହିତ ବହୁ ଧନଜିବନ ନଷ୍ଟ ହେବ ବୋଲି ଏବେଠାରୁ ଜଣା ପଡୁଛି । ତେବେ ଜିଲ୍ଲା ପ୍ରଶାସନ ଏବେଠାରୁ ତତ୍ପରତା ସହକାରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଭେଡି ବନ୍ଧ ଭାଙ୍ଗିଲେ ଏହି ସବୁ ଗ୍ରାମ ନଦୀ ଗର୍ଭରେ ଲିନ ହୋଇଯିବ ବୋଲି ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ନେବା ପାଇଁ ମେଳକ ଗ୍ରାମର ରଜନୀକାନ୍ତ ନାୟକ, ପେଗରପଡା ଗ୍ରାମର ସମାଜସେବୀ ସୁମନ୍ତ କୁମାର ଜେନା, ତପନ ପାତ୍ର, ରମେତଚନ୍ଦ୍ର ପାତ୍ର, ଶିବଗତିଆ ଗ୍ରାମର ସୁରେନ୍ଦ୍ର ପରିଡା ସନାତନ ପରିଡା, ଲକ୍ଷ୍ମଣାପଡାର ଜଗବନ୍ଧୁ ଭୂୟାଁ, ଗୌର ମୋହନ ଭୂୟାଁ, ଗଦାଧର ସିଂହ, ଦାମୋଦର ସିଂହ, ସାନଖୁଡି ନରେନ୍ଦ୍ର ପାତ୍ର, ଦେବବ୍ରତ ମହାପାତ୍ର, ମଧୁସୁଦନ ଦାସ, ପଦ୍ମଲାଭ ସାହୁ, ଅଶୋକ ଦାସ, ସଞ୍ଜୟ ବେହେରା ସମେତ ଅଞ୍ଚଳର ଜନସାଧାରଣଙ୍କ ମଧ୍ଯରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଯଥାଶୀଘ୍ର ପଦକ୍ଷେପ ନେବାପାଇଁ ଦାବି କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେହେରା ରେ ଷୋହଳ ପ୍ରହର ନାମଯଜ୍ଞ ଉଦଯାପିତ ହୋଇଯାଇଛି

ନୀଳଗିରି ପୁଲିସର ଜୁଲମକୁ ରାୟଗଡାର ଗଣମାଧ୍ୟମ ପ୍ରତିନିଧିଙ୍କ ତୀବ୍ର ନିନ୍ଦା , ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଆଜି ମହାପ୍ରଭୁଙ୍କର ବନକଲଗି ନୀତି, ଶ୍ରୀମନ୍ଦିରରେ ୫ଘଣ୍ଟା ବନ୍ଦ୍ ରହିବ ସାଧାରଣ ଦର୍ଶନ

Sunil Chandra Nayak

Leave a Comment

error: Content is protected !!