ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରପତୀ ପଦ ହାସଲ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଥୁଆମୂଳ ରାମପୁର ବ୍ଳକରେ ବିଜେପି ର ବିଜୟ ଉତ୍ସବ

ଥୁଆମୂଳ ରାମପୁର:୨୩/୭- ମ.ନୀ.ସ:- ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ପଦ ପାଇଛନ୍ତି ଓଡିଶାର ଦ୍ରୌପଦୀ ମୁର୍ମୁ। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ମୋହର ଲାଗିଛି। ବିଜେପି ସଂସଦୀୟ ବୈଠକରେ ଦୌପଦୀ ନାଁକୁ ନେଇ ଚର୍ଚ୍ଚା ପରେ ମୋହର ଲାଗିଛି। ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ  ଘର। ଝାରଖଣ୍ତର ରାଜ୍ଯପାଳ ଭାବେ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ଓଡିଶାରେ ମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି ମୁର୍ମୁ। ଓଡିଶାରେ ୨୦୦୦ ରୁ ୨୦୦୪ ଯାଏଁ ମନ୍ତ୍ରୀ ହୋଇଥିଲେ। ନବୀନ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ ଦୌପଦୀ। ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ରାଇରଙ୍ଗପୁର ବିଧାୟିକା ଥିଲେ। ୨ ଥର ବିଜେପି ବିଧାୟିକା ନିର୍ବାଚିତ ହୋଇଥିଲେ। ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦ ହାସଲ କରିଛନ୍ତି । ଯାହାକି ସେ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହୋଇପାରିଛନ୍ତି୍ତ ଦ୍ରୌପଦୀ  ମୁର୍ମୁ ବିପୁଳ ଭୋଟରେ ଜିତିବା ଅବସରରେ ୨୩/୭ ତାରିଖ ଆଜି ଦିନରେ ଥୁଆମୂଳ ରାମପୁର ବ୍ଳକର ବିଜେପି ଦଳ ଦୁଇଗୋଟି ମଣ୍ତଳର ସଭାପତି ଶ୍ରୀ ସୁଶାନ୍ତ କୁମାର ନାଏକ ଏବଂ ଧନୁର୍ଜୟ ନାଏକ ଙ୍କ ନେତୃତ୍ୱରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଙ୍କ ବିଜୟ ଉତ୍ସବ କୁ ନେଇ ଏକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ଆଦିବାସୀ ଟାଣୁଆ ନେତା ତଥା ଲଞ୍ଜିଗଡ ନିର୍ବାଚନ ମଣ୍ତଳୀର ବିଧାୟକ ପ୍ରାର୍ଥୀ ଶ୍ରୀ ରମେଶ ମାଝୀ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେପି ସମ୍ପାଦକ ତଥା ସାଂସଦଙ୍କ ବ୍ଳକ ପ୍ରତିନିଧି ଶ୍ରୀ ବିଷ୍ଣୁ ନାଏକ, ଓବିଶି ମୋର୍ଚ୍ଛା ଉପ – ସଭାପତି ଶ୍ରୀ ବାଞ୍ଛାନିଧି ସାହୁ ପ୍ରମୁଖ ଯୋଗଦେଇ ଥିବାବେଳେ ଥୁଆମୂଳ ରାମପୁର ବ୍ଳକର ବିଜେପି ଦଳର କର୍ମକର୍ତ୍ତା ଶ୍ରୀ କୁନା ପାତ୍ର, ଶ୍ରୀ ଉଦିତ ସାହୁ, ଶ୍ରୀ ଆଲୋକ ନାଏକ, ଶ୍ରୀ ବିପିନ ନାଏକ, ଶ୍ରୀମତୀ କିଆମଣୀ ନାଏକ, ଶ୍ରୀ ବାମନୁ ନାଏକ, ଶ୍ରୀ କାଳୀ ପ୍ରସାଦ ବାରିକ, ଶ୍ରୀ ଭାରତ ନାଏକ ସମେତ୍ ବିଜେପି କର୍ମୀ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଜ୍ୟରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ହେବ:ମୁଖ୍ୟ ଶାସନ ସଚିବ

Sunil Chandra Nayak

ଜିଲ୍ଲା ସଂକୃତି ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଓ କଳାକାର ଙ୍କୁ ଅସମ୍ମାନ କରିଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଜିଲ୍ଲା ପାରମ୍ପରିକ ଲୋକକଳା ସଙ୍ଘ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!