ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା କାନ୍ଦଣା ଲହରୀ ନାହିଁ

 କାନ୍ଦଣା ଲହରୀ ନାହିଁ

   

      ଅପର୍ତ୍ତି ସେଠୀ

          (ରମ୍ୟ ରଚନା)
     
 କି ଯୁଗ ଆସି ହେଲା,
ବାହା ହୋଇ ଝିଅ ଶାଶୁ ଘରଗଲା
      କାନ୍ଦଣା ଯେ ନ କାନ୍ଦିଲା।
ଅଲାଜୁକିଟାଏ ଫେଁ ଫେଁ ହସି
       ବର ହାତଧରିଗଲା।
    କି ଯୁଗ ଆସି ହେଲା।
ବୁଢିମା’ ଆଖିକି ଦିଶୁନାହିଁ କିଛି
       କାନକୁ ତ ଶୁଭୁଅଛି,
କାନ୍ଦଣା ପଦିଏ କାନରେ ବାଜିନି
       ସେ ଲାଗି ବୁଢି କହୁଛି।
ପଦ୍ମ ପତରରେ ଚହଲା ପାଣି
      –ଲୋ ବୋଉ,
ଜ୍ଯୋଇଁ କଲୁ କଳାବାନ୍ଦର ଆଣି
     —-ଲୋ ବୋଉ,
ଚାଳଛପରରେ ଡାମରା କାଉ
      —–ଲୋ ବୋଉ
ଯିବିନି ତା’ ସାଥେ ଫେରି ସେ ଯାଉ
       —-ଲୋ ବୋଉ।
କହୁ କହୁ ବୁଢି କାନ୍ଦଣା ଲହରୀ
        ପଦେ ସିନା ଗାଇ ଦେଲା,
ହେଲେ ତା’କାନ୍ଦଣା ଝିଅ ମାଇପିଙ୍କ
        ମନକୁ କେବେ ନ ଗଲା।
ଓଲଟା ସମସ୍ତେ କରିଲେ କମେଟ୍
        ବୁଢି ପୁଣି ଚିଡିଗଲା,
କାଢଣା ଗାଳିରେ ଗାଁ କମ୍ଫେଇଲା
       ସଭିଙ୍କ ଇଜ୍ଜତ ନେଲା।( କିନ୍ତୁ)
 ସେହି ଯୁଗ ନାହିଁ ବାହାଘର ପାଇଁ
        ଝିଅ ଦେଖିବାକୁ ଗଲେ,
କାନ୍ଦଣା ଲହରୀ ଝିଅ ଜାଣିଛି କି
        ଆଗ ସେ ପଚାରୁଥିଲେ।
ଢଗଢମାଳି ଓ କାନ୍ଦଣା ଲହରୀ
        ଝିଅଟି ଶିଖିବା ପାଇଁ,
ପୁରୁଖା ବୁଢୀ ଓ ମାଆ ଖୁଡିଙ୍କଠୁଁ
        ଅଭ୍ୟାସ କରେ ସେ ଯାଇ।
ସ୍ଵୀକାର ଲଗନଠାରୁ କନିଆଁଟି
        କାନ୍ଦଣା ସେ କାନ୍ଦୁଥିଲା,
ଝୁରିଝୁରି ନିଜ ବାପଘର କଥା
         ଅଧେ ଶୁଖି ଯାଉଥିଲା।
ଗାଁରୁ ଅନେକ ଝିଅ ବୋହୂମିଶି
         କନିଆଁ ଦେଖି ଆସନ୍ତି,
କାନ୍ଦଣା ଦି’ପଦ ଶୁଣିକି ସେମାନେ
         ଆଖିରୁ ଲୁହ ଗଡାନ୍ତି।
ବିଦାବେଳ କଥା କହିଲେ କାହାର
         ଆଖିରେ ରହେନା ଲୁହ,
ଆଜି କିନ୍ତୁ ଝିଅ ନିଜେ ହସି ହସି
         ନେଉଛି ସିଏ ବିଦାୟ।
ଅବଶ୍ୟ ଏ ଭଲ ହସଖୁସି ନେଇ
         କନିଆଁଟି ବିଦାହୁଏ,
ଅନେକ ଜାଗାରେ କନିଆଁ ରାଣୀଟି
         ଲଭର ସାଙ୍ଗେ ପଳାଏ।
ସଜନୀ କନିଆଁ ସାଜିଛି ତା’ ବର
         ରୋଷଣୀ କରି ଆସୁଛି,
ସଜନୀର ମନ ଭଲ ଲାଗୁନାହିଁ
         ସନାଠିଁ ତା’ ମନ ଅଛି।
ବର ଆସି ଘରେ ପହଞ୍ଚି ତ ଗଲା
        ବରଣୀ ପୁଣି ସରିଲା,
ବେଦୀରେ ବସିବା ପାଇଁ କନିଆଁକୁ
       ସେଠାରେ ଖୋଜା ପଡ଼ିଲା,
ସଜନୀ ନ ଥିଲା ସନା ସହିତରେ
 ‌‌ ଚମ୍ପଟ ସେ ମାରିଥିଲା।
ଶିଶୁପାଳ ହୋଇ ମଙ୍ଗୁଳା ବରଟା
       ନିରାଶେ ସେଠୁ ଫେରିଲା।
ବାପ ଭାଇଙ୍କର ଉଠିଲା ମୁଣ୍ଡ ଯେ
      ଆପେ ନ‌ଇଁ ହୋଇଗଲା,
ସଜନୀ ସନାର ପ୍ରେମ କାହାଣୀକୁ
      ସାରା ସଂସାର ଜାଣିଲା।
ଝମେଲା ଯେତେକ ଲାଗିଗଲା ପୁଣି
      ମଧ୍ୟସ୍ତି ମାଡ଼ ଖାଇଲା,
 ନିଶାପ ବସିଲା ଦିଆନିଆ ଚିଜ
      ସବୁ ଫେରସ୍ତ କି ହେଲା?
ଆଜିକାର ଏହି ବିବାହ ବନ୍ଧନ
      ସବୁଦିନ ପାଇଁ ନୁହଁ, ବରଂ
କଣ୍ଟାକ୍ଚୁଆଲ ମ୍ଯାରେଜ ହେଲାଣି
      ଅଢେଇଦିନିଆ କୁହ।
ଯୁଗ ବଦଳୁଛି ପାଶ୍ଚାତ୍ୟ ପଶୁଛି
      ସଂସ୍କୃତି ବୁଡିଯାଉଛି,
ପ୍ରେମ ବିବାହର ପବନ ବହୁଛି
      ବିଚ୍ଛେଦ ବେଶୀ ଘଟୁଛି।
ସ୍ଵାମୀ ସ୍ତ୍ରୀଙ୍କର ମନ ମିଳୁନାହିଁ
      ସଂସାର ଭାଙ୍ଗି ଯାଉଛି,
ଆତ୍ମହତ୍ୟା ଭଳି ଅନେକ ଦୃଷ୍ଟାନ୍ତ
      ଆଖିରେ ନିତି ପଡୁଛି।
ବାଡୁଅଝିଅଟି ମାଆ ବି ହେଉଛି
      ବାଡବତା ସବୁ ଭୁଲି,
ଚରିତ୍ର ଭଳିଆ ଭୂଷଣ ଟିକକ
      ଚୂଲୀରେ ପଶୁଛି ବୋଲି।
 ନୀତି ନୈତିକତା ସଂସ୍କାର ଅଭାବ
       ହେଉଅଛି ପରିଦୃଷ୍ଟ,
ବାପାମାଆ ଗୁରୁ ଗୁରୁଜନଙ୍କର
       ହୋଇଯାଏ ମଥାନତ।
ବିବାହଟି ଏକ ପୂଣ୍ୟ ଅନୁଷ୍ଠାନ
       ସମାଜ ସ୍ଵୀକୃତି ଥାଏ,
ଆରେଞ୍ଜ ମ୍ଯାରେଜ ସଭିଙ୍କ ମୁହଁରେ
       ହସଖୁସି ଆଣିଥାଏ।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

     

Related posts

ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ତୁଷୁରା ଇଲେଭେନ୍ ଷ୍ଟାର ଚମ୍ପିୟାନ 

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ଦୀପାବଳୀ

Sunil Chandra Nayak

ସାମ୍ବାଦିକ ସଂଘ ଓ ଲୋକ ପ୍ରତିନିଧି ତରଫରୁ ନୂତନ ବିଡ଼ିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!