ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଆସି ଅଛୁ ଏକା, ଯିବୁ ଏକା ଏକା 

ଆସି ଅଛୁ ଏକା, ଯିବୁ ଏକା ଏକା 

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

ଆସିଅଛେ ଏକା, ଯିବା ଏକା ଏକା 
ସାଥିରେ ନଯିବେ କେହି, 
ଯାହା କରିଅଛେ, ଯାହା ବି କରୁଛେ 
ସାକ୍ଷୀ ରହିବଟି ସେହି ll
ବଳଵପୁ ମେଦ,କ୍ଷମତା ଓ ପଦ
କେତେ ଦିନ, କେତେ କlଳ,??…. 
ସମୟ ସ୍ରୋତରେ,ଆସି ଚାଲିଯିବ
ଦେଖି ସେତ କାଳ ବେଳ ll
ଆଖି ପିଛୁଳlକେ, କେତେ ମାୟା ଯୋଖେ, 
ବିଚିତ୍ର ବେଭାର କଥା, 
ରାଗ ଅହଂକାର,ହେବ ଚୁରମାର
ହୋଇଯିବ ସବୁ ବୃଥା ll
ଭାଇ ବନ୍ଧୁ, ପୁଅ, ଝିଅ ଜ୍ୱାଇଁ ବୋହୂ 
କରିବେ ବାହାନା ବେଶି, 
ଆପଦ ବିପଦେ, କହି କଥା ପଦେ 
ଓଠେ ସ୍ମିତ ହସ ହସି ll
ଧନ,କୋଠା,ବାଡ଼ି, ସୁନା,ରୂପା ଗାଡି 
ଯିବନି ,ସଂଚୟ ପେଢ଼ୀ, 
ଯିବନି ଆତ୍ମୀୟ, ଅବା, ମାୟା ମୋହ 
ଲାଭ, ଲୋଭ ସାଥେ ଭିଡି ll
ଆଗେ ଯିଏ ଗଲେ, କିଏ କେତେ 
ନେଲେ, 
କିସ ଅବା ଘେନି ଗଲେ,??…
କେତେ ହନ୍ତସନ୍ତ, ହୀନସ୍ତା ବହୁତ 
ଅକୁହା ବେଦନା ତୁଲେ ll
ଶେଷକାଳ ଇଚ୍ଛା, ହୋଇଯିବା ତୁଚ୍ଛା 
ପିଲାଖେଳ ବାଲି ଘର, 
କପଟିଆ ପ୍ରେମ, ଆଳାପ, ପ୍ରଳାପ
ଧୋଇନେଲା କାଳ ନୀର ll 
କହିହେଲା ନାହିଁ, ସହିହେଲା ନାହିଁ 
ମରମ, ସରମ ଚିତ୍ର , 
ଘରେ ବିଛୁଆତି, କଷଣଟି ନିତି
ଦାଣ୍ଡେରେ ତୁଳସୀ ପତ୍ର ll
ଯାହା ପାଇଁ ବାଇ, ମନ ହାଇଁ ଫାଇଁ 
ପାପ ପୂଣ୍ୟ ଭୁଲି ଯାଇ, 
କୀର୍ତ୍ତି, ଅପକୀର୍ତ୍ତି, କରି ଦିବା ରାତ୍ରି 
କେତେ ଅପଯଶ ବୋହି ll
ଭୋକ ଉପବାସେ, ଚାଲିଯିବା ଶେଷେ 
ପେଟକୁ ଯିବନି ଦାନା, 
କେତେ ଓଳିଡଳି,ଛିଛିକୁଟା ଗାଳି 
ମୁହିଁମୁଡା କଥାସିନା ll
ସୁଦ୍ଧିକ୍ରିୟା ଭୋଜି, ବିଜ୍ଞପ୍ତିରେ ମଜି 
ବହୁ ଆଡମ୍ବର ହୁଏ, 
ଲୋକ ଦେଖାଣିଆ,ବାଃ -ବାଃ ପଣିଆ  
ସମୟୀକ ସୁଖ ଦିଏ ll
ଦିନଯେତେ ଗଡେ, ସବୁ ପଥହୁଡେ 
ମନରୁ ସ୍ମୃତିଟି ଉଡେ, 
ବଢ଼ଇ ବିବାଦ, ଉଛବାଚ ପଦ 
ଦରବାର ଘର ଚଢେ ll
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 
ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି 
ଓଡିଶା, 761207

Related posts

ଅଭିଯୁକ୍ତ ଭାଇ କୋର୍ଟ ଚାଲାଣ

Sunil Chandra Nayak

ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

ପ୍ରତିଶୃତି ଦେଇ ପ୍ରତିଶୃତି ରକ୍ଷା କଲେ ଗୋଲାମୁଣ୍ଡା ସରପଞ୍ଚ

Sunil Chandra Nayak

Leave a Comment

error: Content is protected !!