ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଷାଗୁମୁଡା ଡ୍ରିମସ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲ ରେ ଛାତ୍ରୀ ଛିଙ୍କି ଟପର

 କୋଷାଗୁମୁଡା ୨୪|୦୭| କୋଷାଗୁମୁଡା ସ୍ଥିତ ଡ୍ରିମସ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲର ଛାତ୍ରୀ କଲ୍ୟାଣୀ ଗୌଡ (ଚିଙ୍କି) ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ସ୍କୁଲ ଟପର୍ ହୋଇଛନ୍ତି । ଗୋଟିବେଡା ଭଳି ଏକ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀ ପରିବାରର ଚିତ୍ତରଞ୍ଜନ ଗୌଡ ଓ ତନୁଜା ଗୌଡଙ୍କ ଝିଅ ଚିଙ୍କି ସେ ବିଦ୍ୟାଳୟ ରେ ସର୍ବାଧିକ ୯୦.୪ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି ଓ ସେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି। ଆଗାମୀ ଦିନରେ ଡାକ୍ତର ହୋଇ ରୋଗୀ ସେବା କରିବା ତାଙ୍କର ଲକ୍ଷ। ତାଙ୍କ ସଫଳତା ପାଇଁ ବାପା ମାଁ ଏବଂ ମାମୁଁ ତୁଷାର କାନ୍ତି ଖୋସ୍ଲାଙ୍କୁ ଶ୍ରେୟ ଦେଇଛନ୍ତି। ବରିଷ୍ଠ ଶିକ୍ଷାବିତ ମନୋଜ କୁମାର ପଟ୍ଟନାୟକ, ସଂଜୀବ କୁମାର ସିଂ ପ୍ରମୁଖ ଚିଙ୍କି ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଛାତ୍ରୀଙ୍କ ଏହି ସଫଳତା ପାଇଁ କୋଷାଗୁମୁଡ଼ା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

 

Related posts

ଶ୍ରୀନିବାସ ପଣ୍ଡା ଙ୍କ ଗଳ୍ପ ଝିଅ ନୁହେଁ ସେ ହୀରାଟିଏ

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା

Sunil Chandra Nayak

ଅରାଜକତା ଆଡ଼କୁ ମୁହାଁଉ ଅଛି କି ଭାରତ !

Leave a Comment

error: Content is protected !!