ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଷାଗୁମୁଡା ଡ୍ରିମସ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲ ରେ ଛାତ୍ରୀ ଛିଙ୍କି ଟପର

 କୋଷାଗୁମୁଡା ୨୪|୦୭| କୋଷାଗୁମୁଡା ସ୍ଥିତ ଡ୍ରିମସ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲର ଛାତ୍ରୀ କଲ୍ୟାଣୀ ଗୌଡ (ଚିଙ୍କି) ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ସ୍କୁଲ ଟପର୍ ହୋଇଛନ୍ତି । ଗୋଟିବେଡା ଭଳି ଏକ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀ ପରିବାରର ଚିତ୍ତରଞ୍ଜନ ଗୌଡ ଓ ତନୁଜା ଗୌଡଙ୍କ ଝିଅ ଚିଙ୍କି ସେ ବିଦ୍ୟାଳୟ ରେ ସର୍ବାଧିକ ୯୦.୪ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି ଓ ସେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି। ଆଗାମୀ ଦିନରେ ଡାକ୍ତର ହୋଇ ରୋଗୀ ସେବା କରିବା ତାଙ୍କର ଲକ୍ଷ। ତାଙ୍କ ସଫଳତା ପାଇଁ ବାପା ମାଁ ଏବଂ ମାମୁଁ ତୁଷାର କାନ୍ତି ଖୋସ୍ଲାଙ୍କୁ ଶ୍ରେୟ ଦେଇଛନ୍ତି। ବରିଷ୍ଠ ଶିକ୍ଷାବିତ ମନୋଜ କୁମାର ପଟ୍ଟନାୟକ, ସଂଜୀବ କୁମାର ସିଂ ପ୍ରମୁଖ ଚିଙ୍କି ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଛାତ୍ରୀଙ୍କ ଏହି ସଫଳତା ପାଇଁ କୋଷାଗୁମୁଡ଼ା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

 

Related posts

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ରାଇଘର ସାମ୍ବାଦିକ ସଂଘ  

Sunil Chandra Nayak

ମା ଦକ୍ଷିଣ କାଲି କ୍ରିକେଟ କପ ଉଦଯାପିତ

Sunil Chandra Nayak

ଶସ୍ତା ହେଲା ଖାଇବା ତେଲ,ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି

Sunil Chandra Nayak

Leave a Comment

error: Content is protected !!