ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ବ୍ଲକରେ ନୂତନ ବିଡ଼ିଓ ଭାବରେ ବାସନ୍ତି ସେଠୀଙ୍କ ଯୋଗଦାନ, ଭବ୍ୟ ସ୍ୱାଗତ କଲେ ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ ଓ କର୍ମଚାରୀ

ରୁପ୍ରା (ମନୀସ) : ନର୍ଲା ବ୍ଲକର ନୂତନ ବିଡ଼ିଓ ଭାବରେ ବାସନ୍ତୀ ସେଠୀ ଆଜି ଯୋଗଦାନ କରିଛନ୍ତି । ଏହି ଅବସରରେ ତାଙ୍କୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି , ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଏବିଡ଼ିଓ ଦେବେନ୍ଦ୍ର ସାମଲ, ଜିପିଇଓ କ୍ଷୀତିଶ ଚନ୍ଦ୍ର ନାଏକ, ସେକ୍ସନ ଅଫିସର ଦିଗ ପଧାନ, ବଡବାବୁ ଗୁଣନିଧି ପଧାନ,ଏଇ ବାସୁଦେବ ମହାରଣାଙ୍କ ସମେତ ସମସ୍ତ ଯନ୍ତ୍ରୀ, ବ୍ଲକ୍ ଅଧିନ ସମସ୍ତ ପିଇଓ,ଜିଆରଏସ୍ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ମାନେ ନୂଆ ବିଡ଼ିଓଙ୍କୁ ବ୍ଲକ ସଭା କକ୍ଷରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ରୁପ୍ରା ଓ କର୍ମେଗାଁ ପଞ୍ଚାୟତ ଦାୟିତ୍ବରେ ଥିବା ଜୁଆରଏସ୍ ଜଗଦୀଶ ଚନ୍ଦ୍ର ଭୋଇ (ଜ୍ୟୋତିଷ) ଙ୍କ କିଛିଦିନ ତଳେ ଅକାଳ ବିୟୋଗ ହୋଇଥିବାରୁ ଏକ ମିନିଟ୍ ନିରବ ପ୍ରାର୍ଥନା ସହ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଏହାପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ନିଜର ପରିଚୟ ପ୍ରଦାନ କରିଥିଲେ । ନୂତନ ବିଡ଼ିଓ ବାସନ୍ତୀ ସେଠୀ ଏହାପୂର୍ବରୁ କର୍ଲାମୁଣ୍ଡା ତହସିଲଦାର ଭାବରେ କାର୍ଯ୍ୟ ତୁଳାଉଥିଲେ । ସୂଚନା ମୁତାବକ ନର୍ଲାର ବିଡ଼ିଓ ପଦବୀ ଗତ ୨୦୨୧ ଅଗଷ୍ଟ ମାସରୁ ଖାଲି ରହିଥିବା ବେଳେ, କୋଭିଡ ସମୟରେ ୨୦୨୦/୨୦୨୧ ରେ ଡ଼. ବ୍ୟାସଦେବ ବେହେରା ଦାୟିତ୍ବରେ ରହି କାର୍ଯ୍ୟ କରିଥିବା ସହ ତାଙ୍କ ବଦଳି ବିନିକା ବ୍ଲକକୁ ହେବାପରେ ଯୁଧିଷ୍ଠିର ନାଏକ ବିଡ଼ିଓ ଭାବରେ ଯୋଗଦାନ କରିଥିଲେ । ସେ ୨୦୨୧ ଅଗଷ୍ଟ ରେ ଅନ୍ଯତ୍ର ବଦଳି ହେବାପରେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଅତିରିକ୍ତ ଭାବରେ ବିଡ଼ିଓ ଦାୟିତ୍ୱରେ ରହି ଉଭୟ ତହସିଲ ଓ ବ୍ଲକ କାମ କରୁଥିବା ବେଳେ ତହସିଲଦାର ଶ୍ରୀ ତ୍ରିପାଠୀ ଟ୍ରେନିଂ ନେବାପାଇଁ ଭୁବନେଶ୍ୱର ଚାଲିଯିବାରୁ ମ.ରାମପୁର ବିଡ଼ିଓ ଉତ୍ତମ ବାଗ ନର୍ଲା ବ୍ଲକର ଅତିରିକ୍ତ ଦାୟିତ୍ୱରେ ରହିଥିଲେ । ଏବେ ନର୍ଲା ପାଇଁ ଜଣେ ସ୍ଥାୟୀ ବିଡ଼ିଓ ଆସି ଆଜି କାର୍ଯ୍ୟରେ ଯୋଗଦାନ କରିଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ନୂତନ ବିଡିଓ ବାସନ୍ତୀ ସେଠୀ ସମସ୍ତ କର୍ମଚାରୀଙ୍କ ସହଯୋଗ କାମନା କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ

Related posts

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ନୂଆ ସକାଳ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ସମ୍ବାଦ ସାହିତ୍ୟଘର,ରାଉରକେଲା ଓ ଉତ୍କଳ ନବଜୀବନ ମଣ୍ଡଳର ଆଲୋଚନା ଚକ୍ର ଅନୁଷ୍ଠିତ

Leave a Comment

error: Content is protected !!