ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ କଳାହାଣ୍ଡି ସାଂସଦ ସ୍ବର୍ଗତ ସୁବାସ ଚନ୍ଦ୍ର ନାୟକଙ୍କୁ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭବାନିପାଟଣା -: ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଜନ ନାୟକ ତଥା ପୂର୍ବତନ ଲୋକସଭା ସଦସ୍ୟ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଭବାନୀପାଟଣା  ଇରିଗେସନ କଲୋନୀ ସ୍ଥିତ ତାଙ୍କର ବାସଭବନରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। କଳାହାଣ୍ଡିର ଲୋକସଭା ସଦସ୍ୟ ଭାବେ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ନରସିଂହ ରାଓ ଙ୍କ ନିକଟବର୍ତ୍ତୀ ହୋଇ ପାରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ପରିସୀମାରେ ଥିବା ଅନେକ ଆଖିଦୃଶିଆ ଓ ଲୋକାଭିମୁଖୀ ଯୋଜନା ଗୁଡିକୁ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଲାଗୁ କରିବାରେ ସଫଳ ହୋଇ ପାରିଥିଲେ । ତାଙ୍କର ମୃତ୍ୟୁ  ର ଖବର ପ୍ରକାଶ ପାଇବା ପରେ ସମଗ୍ର ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଥିଲା । ଏ ନେଇ ବିଭିନ୍ନ ମହଲରୁ ଶୋକ ବାର୍ତ୍ତା ପହଞ୍ଚିଥିବା ବେଳେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ଏହି କ୍ରମରେ ଦିବଂଗତ ପୂର୍ବତନ କଳାହାଣ୍ଡି ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କୁ ବିଜୁ ଜନତା ଦଳ କଳାହାଣ୍ଡି ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ବିଜେଡିର ସମସ୍ତ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ୨ମିନିଟ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିବା ସହ ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ଶୋକସଭାରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରା, ଛାତ୍ର ବିଜେଡି ରାଜ୍ୟ କାର୍ଯ୍ଯକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ, ସଚ୍ଚିଦାନନ୍ଦ ମହାକୁଡ଼, ରାଜ୍ୟ ସମ୍ପାଦିକା ସବିତା ପ୍ରଧାନ, ଧବଳେଶ୍ବର ମହାପାତ୍ର, କାଦିର ଖାନ, ବଦ୍ରି ପଟ୍ଟନାୟକ, ସାମନ୍ତ ଖମାରୀ, ଦିନେଶ ବଗର୍ତୀ, କ୍ଷୀରସିନ୍ଧୁ ନାଏକ, ଭୁବନେ ବାଗ, ରଞ୍ଜୁକ୍ତା ପ୍ରଧାନ, ସେନାପତି ନାଏକ, ଶିବା ସାହୁ, ପ୍ରଦୀପ ପ୍ରଧାନ,ଜୟଶ୍ରୀ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ । ମ ନି ସ

Related posts

ନୂଆପଡା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ପ୍ରହରୀ ଅଧିକାରୀ ସନ୍ତୋଷ ଷଡ଼ଙ୍ଗୀ ଙ୍କ ସମୀକ୍ଷା ବୈଠକ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ପ୍ରେମ ବେପାର

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଚକରା ମକରା

Sunil Chandra Nayak

Leave a Comment

error: Content is protected !!