ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡା ରେ ଯୁବତୀ ଙ୍କ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି

କୋକସରା,୨୬/୭- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁନାମାଳ ନୂଆପଡା ଗ୍ରାମର ଦେଶନ ମାଝୀଙ୍କ ଝିଅ ଗୀତାଞ୍ଜଳି ମାଝୀ (୧୮)ଙ୍କୁ ସୋମବାର ରାତିରେ ଘର ପିଣ୍ଡାରେ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ ଦଂଶନ କରିଥିବା ବେଳେ ମଙ୍ଗଳବାର ସକାଳୁ ବାପା ଦେଶନ ମାଝୀ ଝିଅକୁ ଗୁରୁତର ଅବସ୍ଥାରେ ଆଣି କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଖବର ପାଇ କୋକସରା ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରି କୋକସରା ଥାନା କେଶ ନମ୍ବର ୧୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ କୋକସରା ପୋଲିସ ଅଧିକାରୀ ଉଷା ହରିଜନ ସୂଚନା ଦେଇଛନ୍ତି।

Related posts

ପୂର୍ବତନ ସାଂସଦ ସୁବାସ ନାୟକ ଙ୍କ ବିୟୋଗ ରେ ଶୋକ ସଭା

Sunil Chandra Nayak

ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ,ଫଳାଫଳ ଅପେକ୍ଷାରେ ପ୍ରାଥୀ/ପ୍ରାଥିନୀ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନବ ଯୌବନ ଦର୍ଶନରେ ଚକା ନୟନ

Sunil Chandra Nayak

Leave a Comment

error: Content is protected !!