ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାହୁଲ ଗାନ୍ଧୀ ଙ୍କୁ ପୋଲିସ ର ବର୍ବରତା କୁ ବିରୋଧ କରି ଜିଲ୍ଲା ଯୁବ କଂଗ୍ରେସ ର ବିକ୍ଷୋଭ

ଧର୍ମଗଡ:  ଦିଲ୍ଲୀ ଠାରେ କଂଗ୍ରେସ ଦଳ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଭାବେ ସତ୍ୟାଗ୍ରହ ଚାଲିଥିବା ବେଳେ ଦିଲ୍ଲୀ ପୋଲିସ ଏ ଆଇ ସିସି ସାଧାରଣ ସମ୍ପାଦକ ରାହୁଲ ଗାନ୍ଧୀ ,ବି.ଭି.ଶ୍ରୀନିବାସ ଙ୍କୁ ଅତି ବର୍ବରତା ଭାବେ ଆନ୍ଦୋଳନ ସ୍ଥଳି ରୁ ଉଠାଇ ନେଇଥିଲା । ଏହା ର ପ୍ରତିବାଦ ରେ ଗତ କାଲି ସନ୍ଧ୍ୟାରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସ୍ଥାନୀୟ ଚାରିଛକ ଠାରେ ଏକତ୍ରିତ ହୋଈ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହା ଙ୍କ ଫୋଟୋ ଚିତ୍ର କୁ ଜାଳି ପ୍ରତିବାଦ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପୂର୍ଵତନ ବିଧାୟକ ପ୍ରାଥି ଦିଗାମ୍ବର ଦୁରିଆ, ଧର୍ମଗଡ ବିଧାନସଭା ଯୁବ କଂଗ୍ରେସ ସଭାପତି ଡାକେ ଲହଜଲ, ନଗର କଂଗ୍ରେସ ସଭାପତି ଦୁଖୁ କାଣ୍ଡ, ଏ ଆଇ ସି ସି ସୁପ୍ରିମକୋର୍ଟ ୟୁନିଟ ମେମ୍ବର ପ୍ରତାପ ସୁନାନୀ, ପୂର୍ଵ ତନ ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ମଙ୍ଗରାଜ, ବରିଷ୍ଠ ନେତା ଧାରଣୀଧର ଧଙ୍ଗଡାମାଝୀ,ଗୁଣ ଶବର,ଓମକାର ଦୀପ ଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ସାମିଲ ହୋଇଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା  –+- ଧର୍ମ -+–

Sunil Chandra Nayak

ବିସିସି ବ୍ୟାଙ୍କ ରେ ନାହିଁ ଚେକ ବହି ,ଟଙ୍କା ଉଠାଣ ବାଧାପ୍ରାପ୍ତ, ତିବ୍ର ଅସନ୍ତୋଷ ଚାଷୀ

ଗୋଲାମୁଣ୍ଡା ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର୍ ନାଏକ,ବିଜେଡି ଛାଡ଼ିଲେ

Sunil Chandra Nayak

Leave a Comment

error: Content is protected !!