ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ବାଚିତ ହେଲେ ଶାଳିଆ ଜଳସେଚନ ପ୍ରକଳ୍ପର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ

ବ୍ୟୁରୋ –  ୨୮/୭ – ବାଣପୁର ବ୍ଲକ ଅଧିନସ୍ଥ ଶାଳିଆ ଜଳସେଚନ ପ୍ରକଳ୍ପର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ସର୍ବ ସମ୍ମତିକ୍ରମେ ସଭାପତି ଭାବେ ଅକ୍ଷୟ କୁମାର ନାୟକ, ସମ୍ପାଦକ ଭାବେ ଗିରିଜା ପ୍ରସାଦ ନାୟକ ବର୍ମା ଓ କୋଷାଧ୍ୟକ୍ଷ ଭାବେ ବିଷ୍ଣୁ ଚରଣ ତରାଇ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଫଳରେ ଖାଲି ପଡିଥିବା ଏହି ତିନି ଗୁରୁତ୍ୱପୂର୍ଣ୍ଣ ପଦବୀ ପୂରଣ ହୋଇଛି ।ସୂଚନାଯୋଗ୍ୟ ଯେ, ଖାଲି ପଡିଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଗୁଡିକ ପାଇଁ ଶାଳିଆ ଜଳସେଚନ ଉପଖଣ୍ଡର ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ଆଜି ଏହା ସୁଚାରୁ ରୂପେ ଶାନ୍ତିଶୃଙ୍ଖଳାର ସହିତ ସମ୍ପାଦନ ହୋଇଛି । ଉଭୟ ବିଜେଡ଼ି ଓ ବିଜେପି ସମର୍ଥିତ ପ୍ରାର୍ଥୀମାନେ ଏହି ନିର୍ବାଚନ ପାଇଁ ନିଜକୁ ନିଜେ ପ୍ରସ୍ତୁତ ହୋଇଥିବା ନଜରକୁ ଆସିଥିଲା । ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲରେ ଥିଲା ବେଳେ ତାଙ୍କ ପ୍ରମୁଖ ସମର୍ଥକ ତଥା ତୁମୁରାପୁଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ଯଦୁ ପ୍ରଧାନ, ବାଣପୁର ବ୍ଲକ ବିଜେଡି ସାଧାରଣ ସମ୍ପାଦକ ମନୋଜ ପ୍ରଧାନ ଓ ବୁଟା ସୁନ୍ଦରରାୟଙ୍କ ସହ ଅନ୍ୟ କର୍ମୀ ମାନଙ୍କ ପରିଶ୍ରମ ଫଳରେ ବିଜେଡି ପ୍ରାର୍ଥୀ ମାନେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ଛନ୍ତି । ତେବେ ଏହି ପଦବୀ ପୂରଣ ପରେ କର୍ମୀ ଓ ଜନସାଧାରଣଙ୍କ ମଧ୍ଯରେ ଆନନ୍ଦର ଲହରୀ ଖେଳିଯାଇଛି ।।

Related posts

ମଧୁସୂଦନ ମହାପାତ୍ର ଙ୍କ କବିତା  ଭଗ୍ନ କୋଣାର୍କ

Sunil Chandra Nayak

ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ୍ ଆସିଥିବା ବୃଦ୍ଧ ଅସୁସ୍ଥ : ବ୍ୟାଙ୍କକୁ ଦୌଡ଼ି ବୃଦ୍ଧ ବୃଦ୍ଧା ହନ୍ତସନ୍ତ 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!